December 17, 2025

ଯାଞ୍ଚ ପାଇଁ ଆଉ ସମୟ ମାଗିବ ନାହିଁ ସେବି

ହିଣ୍ଡେନବର୍ଗ ରିପୋର୍ଟ ସହିତ ଜଡିତ ଶୁଣାଣି ମାମଲାରେ ସଲିସିଟର ଜେନରାଲ ତୁଷାର ମେହେତା ସୁପ୍ରିମକୋର୍ଟଙ୍କୁ କହିଛନ୍ତି କି, ଏହି ମାମଲାର ଯାଂଚ ପାଇଁ ପ୍ରତିଭୂତି ବିନିମୟ ବୋର୍ଡ ବା ସେବି ଆଉ ସମୟ ମାଗିବ ନାହିଁ । ହିଣ୍ଡେନବର୍ଗ ରିପୋର୍ଟ ସହିତ ଜଡିତ ୨୪ଟି ମାମଲା ମଧ୍ୟରୁ ୨୨ଟି ମାମଲାରେ ଯାଂଚ ଶେଷ ହୋଇଛି । ଚଳିତ ସପ୍ତାହ ଆରମ୍ଭରେ ଓକିଲ ବିଶାଲ ତିୱାରୀ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଯେଉଁଥିରେ ସେ ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଯାଂଚ ପାଇଁ ସେବି ବିଳମ୍ବ କରୁଥିବାରୁ ସେବି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ । ତିୱାରୀ ତାଙ୍କ ଆବେଦନରେ କହିଥିଲେ କି ସେବି ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ସମୟ ମଧ୍ୟରେ ଯାଂଚ ସମାପ୍ତ କରିପାରି ନଥିବାରୁ ତା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

SHARE BY