ସିହ୍ନାଙ୍କୁ ଭୋଟ୍ ଦେବ ରାଜ୍ୟ କଂଗ୍ରେସ । ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ବିଧାୟକମାନଙ୍କୁ ଭେଟିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ହାଇକମାଣ୍ଡଙ୍କ ନିଷ୍ପତି ବିଷୟରେ ବିଧାୟକଙ୍କୁ ଅବଗତ କରାଇଛନ୍ତି । କଂଗ୍ରେସର ସମସ୍ତ ଭୋଟ୍ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଦେବା ପାଇଁ ବୈଠକରେ ଆଲୋଚନା ହୋଇଛି । ଯଶ୍ୱୱନ୍ତ ସିହ୍ନା ହାରନ୍ତୁ କି ଜିତନ୍ତୁ ତାଙ୍କୁ ଭୋଟ୍ ଦେବା ପାଇଁ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ହୋଇଛି । ବୈଠକ ପରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏନେଇ ସୂଚନା ଦେଇଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ