ଗୁଜୁରାଟ ନଦାୟାଦ୍ ବନିପୁରାମାରେ ଜଣେ ବିଏସଏଫ୍ ଯବାନଙ୍କୁ ପିଟି ପିଟି ହତ୍ୟା । ଝିଅର ଅଶ୍ଳିଳ ଭିଡିଓ କରି ଏହାକୁ ଭାଇରାଲ କରିବା ଘଟଣାକୁ ବିରୋଧ କରିବାକୁ ଯାଇ ପୁଅ ସହ ଅଭିଯୁକ୍ତ ଘରେ ପହଞ୍ଚିଥିଲେ ଯବାନ । ହେଲେ ସେଠାରେ ଯୁବକର ପରିବାର ଲୋକ ତାଙ୍କୁ ଘେରିଯାଇ ନିସ୍ତୁକ ମାଡ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଗୁରୁତର ହୋଇଛନ୍ତି । ବନିପୁରା ଗାଁର ଶୈଲେଶ ଓରଫ୍ ସୁନୀଲ ଯାଦବ କିଛି ଦିନ ପୂର୍ବରୁ ବିଏସଏଫ୍ ଯବାନ ମେଲଭିଜାଇ ବାଘେଲାଙ୍କ ଝିଅର ଭିଡିଓ ବନାଇ ଭାଇରାଲ କରିଦେଇଥିଲା । ଏହି ଘଟଣାକୁ ନେଇ ଯବାନ ଓ ତାଙ୍କ ପୁଅ ମିଶି ଅଭିଯୁକ୍ତ ଶୈଲେଶର ଘରକୁ ଯାଇଥିଲେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ