ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଲେଖାଯିବ ଆତ୍ମଜୀବନି । ଦେଶ ସ୍ଵାଧୀନତା ହେବା ପରେ ଜନ୍ମିତ ସେ ପ୍ରଥମ ଏବଂ ସର୍ବକନିଷ୍ଠ ରାଷ୍ଟ୍ରପତି । ତେବେ ଏହି ପୁସ୍ତକର ରଚନା କରିବେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ । ପେଙ୍ଗୁଇନ ରେଣ୍ଡମ ହାଉସ ଇଣ୍ଡିଆ ବା ପିଆରଏଚଆଇ ଏନେଇ ଆଜି ଘୋଷଣା କରିଛି । ନଭେମ୍ବରରୁ ଡିସେମ୍ବର ମଧ୍ୟରେ ପୁସ୍ତକଟି ପ୍ରକାଶ ପାଇବ । ପ୍ରଥମେ ଇଂରାଜୀ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଭାଷାରେ ପୁସ୍ତକ ପ୍ରକାଶ ପାଇବ । ଯଦି ପ୍ରକାଶକ ଓଡିଆ ଭାଷାରେ ପୁସ୍ତକ ଲେଖିବାକୁ କହିବେ, ତେବେ ସେ ନିଶ୍ଚିତ ରୂପେ ଚେଷ୍ଟା କରିବେ ବୋଲି ସନ୍ଦୀପ ସାହୁ କହିଛନ୍ତି । ତେବେ ଅକ୍ଟୋବର ୮ ତାରିଖ ସୁଦ୍ଧା ତାଙ୍କୁ ଲେଖା ସାରିବାକୁ ପ୍ରକାଶକ ପକ୍ଷରୁ କୁହାଯାଇଥିବା ସେ କହିଛନ୍ତି । ‘ମ୍ୟାଡମ ପ୍ରେସିଡେଣ୍ଟ: ଏ ବାୟୋଗ୍ରାଫି ଅଫ ଦ୍ରୌପଦୀ ମୁର୍ମୁ’ ଭାରତର ୧୫ତମ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ପ୍ରାମାଣିକ ବାୟୋଗ୍ରାଫି ହେବ । ଏଥିରେ ତାଙ୍କର ବାଲ୍ୟଜୀବନ, ସଂଘର୍ଷ, ରାଜନୈତିକ ଜୀବନ ଏବଂ କାଉନସିଲରରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ସମସ୍ତ ଯାତ୍ରା ଉଲ୍ଲେଖ ରହିବ । ଆଉ ରାଷ୍ଟ୍ରପତିଙ୍କ ବାୟୋଗ୍ରାଫି ଲେଖିବାର ସୌଭାଗ୍ୟ ଓଡିଶାର ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁଙ୍କୁ ମିଳିଛି । ସେ କହିଛନ୍ତି, ପେଙ୍ଗୁଇନ ଇଣ୍ଡିଆ ଏ ନେଇ ମୋ ସହ ଯୋଗାଯୋଗ କରିଥିଲେ । ରାଷ୍ଟ୍ରପତିଙ୍କ ଉପରେ ପୁସ୍ତକ ଲେଖାଯିବାର କେତେ ସମ୍ଭାବନା ରହିଛି ପଚାରିଥିଲେ । ପୁସ୍ତକ ଭାରତର ରାଷ୍ଟ୍ରପତି ହୋଇଥିବା ପ୍ରଥମ ଆଦିବାସୀ ମହିଳାଙ୍କ ଉପରେ ଲେଖାଯିବ, ଯାହାଙ୍କ ଜୀବନି ବାସ୍ତବରେ ଐତିହାସିକ ରହିଛି ।ସନ୍ଦୀପ ସାହୁ କହିଛନ୍ତି, ସେ ଓଡିଶାର ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା । ସେଠାରେ ସେ ନିଜର ପୂରା କିଶୋରବସ୍ଥା ବିତାଇଛନ୍ତି । ତେବେ ପୁସ୍ତକ ଲେଖାଯିବାର ଏହା ଏକ ପ୍ରମୁଖ କାରଣ ବୋଲି ସେ କହିଛନ୍ତି ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଏହି ସବୁ ସମସ୍ୟା ଥିଲେ ଖାଆନ୍ତୁ ନାହିଁ ଆମ୍ବ
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା