ମ୍ୟାଚ୍ ପୂର୍ବରୁ ପଦ୍ମନାଭସ୍ୱାମୀଙ୍କ ଆଶିଷ ଭିକ୍ଷା

ତିରୁଅନନ୍ତପୁରମରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳିମାନେ ସହରର ପ୍ରସିଦ୍ଧ ମନ୍ଦିର ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ ପହଞ୍ଚିଛନ୍ତି । ମ୍ୟାଚ୍ ପୂର୍ବରୁ ମନ୍ଦିର ଯାଇ ପଦ୍ମନାଭସ୍ୱାମୀଙ୍କ ଆଶିଷ ଭିକ୍ଷା କରିଛନ୍ତି ଖେଳାଳିମାନେ । ଏମାନଙ୍କ ମଧ୍ୟରେ ଟପ ଅର୍ଡର ବ୍ୟାଟର ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ବୋଲର ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅଲରାଉଣ୍ଡର ଅକ୍ଷର ପଟେଲ ଏବଂ ୱାସିଂଟନ ସୁନ୍ଦର ସାମିଲ ଥିଲେ । ଏମାନଙ୍କ ସହ ବୋଲିଂ କୋଚ ପାରସ ମହାବରେ ମଧ୍ୟ ମନ୍ଦିର ଯାଇଥିଲେ । 

SHARE BY