The Topmost

“The eyes believe themselves, the ears believe other people.”

ମୌସୁମୀ ବର୍ଷାରେ ଉବୁଟୁବୁ ଅଧା ଭାରତ

ପଶ୍ଚିମରୁ ଉତ୍ତର ସବୁଠି ଜଳ ପ୍ରଳୟର ଚିତ୍ର । ମୌସୁମୀ ବର୍ଷାରେ ଉବୁଟୁବୁ ଅଧା ଭାରତ । ଗୁଜରାଟରୁ ମହାରାଷ୍ଟ୍ର, ଦିଲ୍ଲୀରୁ ଜାମ୍ମୁ-କାଶ୍ମୀର ସବୁ ଆଡ଼େ ବନ୍ୟା ବିପତ୍ତି । ବର୍ଷା ପରେ ଗୁଜରାଟ ଅଧିକାଂଶ ଜିଲ୍ଲା ଜଳମଗ୍ନ । ସହରରୁ ଗାଁ ସବୁଠି ଜଳାର୍ଣ୍ଣବ ସ୍ଥିତି । ବୁଡ଼ିଛି ଘର, ରାସ୍ତାରେ ଭାସୁଛି ଶହ ଶହ କାର୍ । ଲଗାଣ ବର୍ଷା ଯୋଗୁ ରାଜକୋଟ, ସୁରଟ, ଗିରି ସୋମନାଥ ଆଦି ଜିଲ୍ଲାରେ କିଛି ଘଣ୍ଟାରେ ୩ ଶହ ମିମି ବର୍ଷା ପରେ ଓ୍ବାଟରଲଗିଂ ସ୍ଥିତି ଉପୁଜିଛି । ଆଜି ସୌରାଷ୍ଟ୍ର ସମେତ ଅନ୍ୟ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରେସ୍କ୍ୟୁ ପାଇଁ ଏନଡିଆରଏଫ ଓ ଏସଡିଆରଏଫ୍ ଟିମକୁ ଆଲର୍ଟରେ ରଖାଯାଛି । ସେପଟେ ଯମୁନା ଜଳସ୍ତର ବୃଦ୍ଧି ଯୋଗୁ ତାଜମହଲ ପାଚେରି ଛୁଇଁଛି ବନ୍ୟାଜଳ । ପର୍ଯ୍ୟଟକମାନେ ତାଜମହଲ ଉପରେ ବନ୍ୟାପାଣିର ଫଟୋ ଉଠାଉଥିବା ଦେଖାଯାଇଛି । ମହାରାଷ୍ଟ୍ରରେ ବି ପ୍ରବଳ ବର୍ଷା ଯୋଗୁ କିଛି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ଅନ୍ୟପଟେ ଅବିଶ୍ରାନ୍ତ ବର୍ଷା ସାଙ୍ଗକୁ ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଜାମ୍ମୁ-କାଶ୍ମୀରରେ ସ୍ଥିତି ଗମ୍ଭୀର ହୋଇଛି ।