ମୌସୁମୀ ପୂର୍ବରୁ ରାଜଧାନୀର ସବୁ ଡ୍ରେନ୍ ସଫା ହେବ । ସପ୍ତାହକରେ ଡ୍ରେନ୍ ସଫା ପାଇଁ ନିର୍ଦ୍ଦେଶ ଦେଲେ ବିଏମସି ମେୟର ସୁଲୋଚନା ଦାସ । ମୁକୁଳା ଡ୍ରେନ୍ ପାଖରେ ନିର୍ମାଣ ହେବ ବ୍ୟାରିକେଡ୍ । ବିଏମସି କାର୍ଯ୍ୟାଳୟରେ ପ୍ରାକ୍ ମୌସୁମୀ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । କେତେକ ୱାର୍ଡରେ ଶତ ପ୍ରତିଶତ ଡ୍ରେନ୍ ସଫା ହୋଇସାରିଥିବା ବେଳେ କେତେକ ୱାର୍ଡରେ ୯୦ ଓ ଆଉ କେତେକ ୱାର୍ଡରେ ୬୦ରୁ ୮୦ ପ୍ରତିଶତ ଡ୍ରେନ୍ ସଫା ହୋଇସାରିଛି । ବାକି ଥିବା ଡ୍ରେନଗୁଡିକୁ ମୌସୁମୀ ବର୍ଷା ଆସିବା ପୂବରୁ ତୁରନ୍ତ ସାରିବାକୁ ନିର୍ଦେଶ ଦିଆଯାଇଛି । ଏଜେନ୍ସିଗୁଡିକ ମଧ୍ୟ ଆସନ୍ତା ୭ ଦିନ ମଧ୍ୟରେ ଅଧିକ ଲୋକ ଲଗାଇ ଡ୍ରେନଗୁଡିକୁ ସଫା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟରେ କର୍ପୋରେଟରମାନେ ସହଯୋଗ କରିବାକୁ ମେୟର ଅନୁରୋଧ କରିଛନ୍ତି । କେବଳ ସେତିକି ନୁହେଁ, କେତେକ ମୁକୁଳା ଡ୍ରେନ୍ ପାର୍ଶ୍ବରେ ବ୍ୟାରିକେଡ ହୋଇନାହିଁ । ବ୍ୟାରିକେଡ ହୋଇନଥିବା ଡ୍ରେନ୍ ପାଖରେ ଶୀଘ୍ର ନିର୍ମାଣ ପାଇଁ କୁହାଯାଇଛି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା