The Topmost

“The eyes believe themselves, the ears believe other people.”

‘ମୋ ଘରକୁ ସିବିଆଇ ପଠାଯିବ’

ଲୋକସଭାରୁ ଟିଏମସି ସାଂସଦ ମହୁଆ ମୈତ୍ର ବହିଷ୍କୃତ । ପ୍ରଶ୍ନ ଲାଗି ଟଙ୍କା ମାମଲାରେ ଏଥିକ୍ସ କମିଟି ସୁପାରିସ ଆଧାରରେ ତାଙ୍କୁ ବହିଷ୍କାର କରିଛନ୍ତି ବାଚସ୍ପତି । ଏହି ନିଷ୍ପତ୍ତି ପରେ କେନ୍ଦ୍ର ସରକାରଙ୍କ ଉପରେ  ବର୍ଷିଛନ୍ତି ମହୁଆ । ସେ କହିଛନ୍ତି- ସେ ଆଦାନୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟରେ ଥିଲେ । ସବୁ ନିୟମ ଭାଙ୍ଗିଛି ଏଥିକ୍ସ କମିଟି । ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ସତ୍ତ୍ବେ ଏହି ପଦକ୍ଷେପ ନିଆଯାଇଛି । ଏପରିକି ଗୃହରେ କହିବାକୁ ତାଙ୍କୁ କୌଣସି ସୁଯୋଗ ଦିଆଯାଇନଥିବା ସେ କହିଛନ୍ତି । ଏହାସହ କହିଛନ୍ତି କି, ପ୍ରତିମାସରେ ମୋତେ ହଇରାଣ କରାଯିବ । ମୋ ଘରକୁ ସିବିଆଇ ପଠାଯିବ । ମୋତେ ଜାଣିଶୁଣି ପସାଯିବାକୁ ଚେଷ୍ଟା କରାଯିବ। ସେପଟେ ସାଂସଦ ପଦରୁ ବହିଷ୍କୃତ ହେବା ନିଷ୍ପତ୍ତି ବିରୋଧରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିରୋଧୀ ।