୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀଙ୍କର ଏହି ଗସ୍ତ ଐତିହାସିକ ହେବାକୁ ଯାଉଛି । କାରଣ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଯିଏ ଦ୍ୱିତୀୟ ଥର ପାଇଁ ଜାତିସଂଘ ବୈଠକକୁ ସମ୍ବୋଧନ କରିବେ । ଆଜି ସକାଳେ ସ୍ୱତନ୍ତ୍ର ବିମାନରେ ମୋଦୀ ଆମେରିକା ଅଭିମୁଖେ ବାହାରିଛନ୍ତି । ତାଙ୍କର ଆମେରିକା ଗସ୍ତ ୨୧ ଜୁନରୁ ୨୩ ଜୁନ ଯାଏଁ ରହିବ । ଏଠାରେ ସେ ମିଶର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଆମେରିକା ପ୍ରଥମ ମହିଳା ନାଗରିକ ଜିଲ୍ ବାଇଡେନଙ୍କ ଅନୁରୋଧ କ୍ରମେ ଆମେରିକା ଗସ୍ତ କରିଛନ୍ତି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସବୁଠାରୁ ବଡ ପ୍ରତିରକ୍ଷା ଡିଲରେ ମୋହର ବାଜିବ । ଫଳରେ ଭାରତୀୟ ପ୍ରତିରକ୍ଷା ଶକ୍ତି ଅନେକ ଗୁଣରେ ବୃଦ୍ଧି ପାଇବ ବୋଲି କୁହାଯାଉଛି । ଚୀନର ମୁକାବିଲା କରିବାକୁ ଭାରତ ସେନାକୁ ଲଢୁଆ ବିମାନ ସଂଖ୍ୟାକୁ ବଢାଇବାକୁ ପଡିବ । ଏଥିପାଇଁ ଜେସ୍ ମାର୍କ-୨ ଲଢୁଆ ବିମାନ ପାଇଁ ନୂଆ ଇଞ୍ଜିନର ଆବଶ୍ୟକତା ରହିଛି । ଆମେରିକା ଗସ୍ତ ସମୟରେ ଜିଇ-ଏଫ୪୧୪ ଇଞ୍ଜିନର ନିର୍ମାଣ ଭାରତରେ ହେବା ଡିଲ ଉପରେ ମଧ୍ୟ ମୋହର ବାଜିବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍