The Topmost

“The eyes believe themselves, the ears believe other people.”

ମୋଦି ଚାହିଁଲେ ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ହେବ !

ଋଷ-ୟୁକ୍ରେନ ଯୁଦ୍ଧ ସରିବାର ନାଁ ନେଉନି । ବର୍ଷେ ହେଲାଣି ଚାଲିଛି ଯୁଦ୍ଧ । ଏହାରି ଭିତରେ ଏବେ ଆମେରିକା କହିଛି ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଯୁଦ୍ଧ ରୋକି ପାରିବେ । ତାଙ୍କ ପାଖରେ ଏବେ ବି ସମୟ ଅଛି ସେ ଚାହିଁଲେ ଋଷ ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇପାରିବ । ଏ ନେଇ ହ୍ବାଇଟ ହାଉସ ପ୍ରବକ୍ତାଙ୍କୁ ଯେତେବେଳେ ପଚରା ଯାଇଥିଲା, ଯୁଦ୍ଧ ରୋକିବାକୁ ମୋଦି ପୁଟିନଙ୍କୁ ବୁଝାଇବା ଉଚିତ କି ? ଏହାପରେ ପ୍ରବକ୍ତା କହିଥିଲେ ଭାରତର ଏପରି ପ୍ରୟାସକୁ ଆମେରିକା ସମର୍ଥନ କରିବ । ପୁଟିନଙ୍କ ପାଖରେ ଏବେ ବି ସମୟ ଅଛି, ଯଦି ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ବୁଝାନ୍ତି ତାହାଲେ ଆମେରିକା ଏହାକୁ ସମର୍ଥନ କରିବ । ହ୍ବାଇଟ ହାଉସ ପ୍ରବକ୍ତା କହିଥିଲେ ଯେ, ଏବେ ୟୁକ୍ରେନର ଯାହା ଅବସ୍ଥା ଏଥିପାଇଁ ପୁଟିନ ହିଁ ଦାୟୀ । ତେଣୁ ପୁଟିନ ଚାହିଁଲେ ଯୁଦ୍ଧ ରୋକିପାରିବେ । ଏବେ ସେଠାକାର ଲୋକ ବିନା ବିଜୁଳିରେ ରହୁଛନ୍ତି । ଲୋକଙ୍କର ଅନ୍ଧକାରରେ ରାତି ବିତୁଛି ।

SHARE BY