The Topmost

“The eyes believe themselves, the ears believe other people.”

ମୋଦିଙ୍କ ମନ୍ କି ବାତ୍; ୯୧ ତମ ଏପିସୋଡ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ: ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ । ମାସର ଶେଷ ରବିବାରରେ ସାରା ଦେଶ ବାସୀଙ୍କୁ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବାଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଗକୁ ସ୍ୱାଧୀନତା ଦିବସ ଥିବାରୁ ଆଜିର ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ । ୯୧ ତମ ଏପିସୋଡରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ଯେ, ଏଥର ମନ କି ବାତ୍ ସବୁଠୁ ଗୁରୁତ୍ୱୂପର୍ଣ୍ଣ । ଏହାର କାରଣ ହେଉଛି ସ୍ୱାଧୀନତା ଦିବସ । ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ସାରା ଦେଶ ଏକ ଅଦ୍ଭୁତ ଓ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛି’ । ସହିଦ ଉଦ୍ଧମ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଅଗଷ୍ଟ ୧୩ ରୁ ୧୫ ତାରିଖ ଯାଏଁ ଦେଶବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ଏହି ୩ ଦିନ ‘ହର ଘର ତ୍ରିରଙ୍ଗା’ ଆୟୋଜିତ ହେବ । ସାରା ଦେଶବାସୀ ଏହି ଦିନ ନିଜ ନିଜ ଘର ଉପରେ ଜାତୀୟ ପତାକାକୁ ଉଡାଇବାକୁ ଅପିଲ କରିଛନ୍ତି ମୋଦୀ ।