କଂଗ୍ରେସରୁ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କୁ ନିଲମ୍ବନ ପ୍ରସଙ୍ଗ । ବିରୋଧ କଲେ କଂଗ୍ରେସର କିଛି ପଦାଧିକାରୀ । ନିଲମ୍ବନକୁ ସାଧାରଣ କଂଗ୍ରେସ କର୍ମୀ ଗ୍ରହଣ କରିପାରୁନାହାନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ଦଳର ଅନେକ ନେତା । ଶରତ ଦାୟିତ୍ୱ ନେବାପରେ ୩ଟି ଉପନିର୍ବାଚନ ହୋଇଛି । ସବୁ ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ କରିଛି । ଦଳ ଯେଉଁଠି ଶକ୍ତିଶାଳୀ ଅଛି ସେଠି ଦଳକୁ ଶରତ ଦୁର୍ବଳ କରାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦଳୀୟ ନେତା । ଆଜି ସାମ୍ବାଦିକ ସମ୍ମିଳନରେ ବର୍ଷିଛନ୍ତି ଦଳର ନେତା ନାରାୟଣ ଜେନା । କଂଗ୍ରେସର ଗଡ଼ କୋରାପୁଟରେ ଜିଲ୍ଲା ସଭାପତି ବଦଳାଇଛନ୍ତି । ବିଜେପି ସହ ହାତ ମିଳାଇଥିବା ନେତାଙ୍କୁ ଉଚ୍ଚସ୍ଥାନ ଦେଉଛନ୍ତି । ରାଜ୍ୟକୁ କଂଗ୍ରେସ ମୁକ୍ତ କରିବା ପାଇଁ କାମ ଶରତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ୧୯୯୮ରେ ବଲାଙ୍ଗୀରରୁ ସାଂସଦ ଥିଲେ ଶରତ ପଟ୍ଟନାୟକ । ତା ପରଠୁ ଆଉ ଜିତି ନାହାନ୍ତି । ଏବେ ନୂଆପଡ଼ାରୁ ବିଧାୟକ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି । ଚକ୍ରାନ୍ତ କରି ବିଜୟଙ୍କୁ କ୍ୟାମ୍ପେନ କମିଟି ଅଧ୍ୟକ୍ଷ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
“The eyes believe themselves, the ears believe other people.”
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ