The Topmost

“The eyes believe themselves, the ears believe other people.”

ମେ ୨୭ ତାରିଖରେ ନୀତି ଆୟୋଗ ବୈଠକ

ମେ ୨୭ତାରିଖରେ ନୀତି ଆୟୋଗ ବୈଠକ । ଏନେଇ ଯୋଗ ଦେବାକୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ବି ସେହି ବୈଠକରେ ସେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଥିଲେ । ଏଥର ବି ସେହି ଦାବି ଦୋହରାଇବେ ମୁଖ୍ୟମନ୍ତ୍ରୀ । ଏଥିସହ ସ୍ୱତନ୍ତ୍ର ପ୍ୟାକେଜ, ଡିବିଟି ମାଧ୍ୟମରେ ଟଙ୍କା ମିଳୁଥିବାରୁ ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବା ନେଇ ଦାବି ରଖିବେ ନବୀନ । ଟେଲିକମ୍ୟୁନିକେସନ ସୁବିଧା ନେଇ ମଧ୍ୟ ଦାବି ଉଠାଯିବ । ସହରରେ 5G ସମୟରେ ଗାଁରେ 2G କାମ କରୁନି । ଏହାକୁ ଥ୍ରୀଜି କିମ୍ବା ଫୋର-ଜି କରିବାକୁ ନବୀନ ନୀତି ଆୟୋଗ ବୈଠକରେ ଦାବି ଉଠାଇବେ । ରାଜ୍ୟ ସରକାର ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ।