ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମେୟର ନିର୍ବାଚନ ପାଇଁ ଭୋଟିଂ । ଫେବୃଆରୀ ୨୨ରେ ମେୟର ନିର୍ବାଚନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରସ୍ତାବ ଦେଇଥିଲେ । ଏହାକୁ ଉପ ରାଜ୍ୟପାଳ ଭିକେ ସକ୍ସେନା ମାନି ନେଇଛନ୍ତି । ଆଜି ଦିନ ୧୧ଟାରେ ଏମସିଡି ସଦନରେ ନବ ନିର୍ବାଚିତ ସଦସ୍ୟମାନେ ମେୟର ନିର୍ବାଚନ ପାଇଁ ଭୋଟ ଦେବେ । ଅଢ଼େଇ ମାସ ହେଲା ଏମସିଡିକୁ ନୂଆ ସଦସ୍ୟମାନେ ନିର୍ବାଚିତ ହୋଇଥିଲେ ମଧ୍ୟ ଏଯାଏ ମେୟର ପଦ ପୂରଣ ହୋଇପାରିନି । ଉପ ରାଜ୍ୟପାଳ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ଭୋଟ ଦେବାର ଅଧିକାର ଦେଇଥିବାରୁ ଏହାକୁ ଆପ୍ ସଦସ୍ୟମାନେ ବିରୋଧ କରିଥିଲେ । ଏଥିପାଇଁ ମେୟର ନିର୍ବାଚନ ବାରମ୍ବାର ସ୍ଥଗିତ ହେଉଥିଲା । ଶୁକ୍ରବାର ସୁପ୍ରିମକୋର୍ଟ ତୁରନ୍ତ ମେୟର ନିର୍ବାଚନ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହ ଉପ ରାଜ୍ୟପାଳଙ୍କ ଦ୍ବାରା ମନୋନୀତ ସଦସ୍ୟମାନେ ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ