ଅଚାନକ ବାଜିଉଠୁଛି ମୋବାଇଲ । ଆସୁଛି ଆଲର୍ଟ ମେସେଜ । ଭିନ୍ନ ଏକ ଶବ୍ଦ ଓ କମ୍ପନ ସହ ଆଲର୍ଟ ମେସେଜ ମୋବାଇଲକୁ ଆସୁଥିବାର ଦେଖାଯାଇଛି । ହଠାତ ମୋବାଇଲରେ ଏମିତି ଆଲର୍ଟ ମେସେସ ଦେଖି ଲୋକେ ଭୟଭୀତ ହେଇଯାଉଛନ୍ତି । କିନ୍ତୁ ଏଠାରେ ଆପଣ ଭୟଭୀତ ହୁଅନ୍ତୁ ନାହିଁ । ଏହାକୁ ଏକ ପରୀକ୍ଷାମୂଳକ ଭାବେ ଲୋକଙ୍କ ପାଖକୁ ପଠାଯାଉଛି । ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ଉଦ୍ଦିଷ୍ଟ ରହିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସହଯୋଗରେ ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ଏହି ବାର୍ତ୍ତା ପଠାଯାଇିଥିବା ସୂଚନା ମିଳିଛି । ଟ୍ରାଏଲ ଭିତ୍ତିରେ ମୋବାଇଲକୁ ଆସୁଛି ଏପରି ମେସେଜ । ସମ୍ଭାବ୍ୟ ବିପତ୍ତି ବେଳେ ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ପଠାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା