ସରିଲା ବହୁ ଦିନର ଲୁଚକାଳି ଖେଳ । ଗିରଫ ହେଲା ଅମୃତପାଲ ସିଂ । ପଞ୍ଜାବ ମୋଗା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଅମୃତପାଲ । ଅଜନାଲା କାଣ୍ଡ ପରଠୁ ଫେରାର ଥିଲା ଅମୃତପାଲ ସିଂ । ୩୬ ଦିନ ଧରି ଗାୟବ ଥିଲା ଅମୃତପାଲ । ଉତ୍ତରପ୍ରଦେଶର ଲଖିମପୁର ଖେରୀ ରାସ୍ତା ଦେଇ ନେପାଳ ଖସିଯାଇଥିବା ଚର୍ଚ୍ଚା ହେଉଥିଲା । ଏଥିପାଇଁ ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ ପରେ ନେପାଳରେ ଅମୃତପାଲ ସିଂକୁ ଖୋଜା ଚାଲିଥିଲା । ୨୦ ମାର୍ଚ୍ଚରେ ଅମୃତପାଲ ହରିୟାଣାରେ ଥିବା ସ୍ପଷ୍ଟ ହୋଇଥିଲା । ପରେ ପରେ ୨୩ ମାର୍ଚ୍ଚରେ ଲଖିମପୁରରେ ମଧ୍ୟ ଅମୃତପାଲ ଟୋପି ପିନ୍ଧି ବୁଲୁଥିବା ଫଟୋ ଭାଇରାଲ ହେଉଥିଲା ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର