ଚାକିରି ରୋଜଗାର ମେଳାରେ ୭୧ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ଦେଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫେରେନ୍ସିରେ ଦେଶର ଯୁବଗୋଷ୍ଠୀଙ୍କୁ ସମ୍ବୋଧିତ କରିବା ସହ ନିଯୁକ୍ତ ପତ୍ର ବାଟିଂଛନ୍ତି । ମୋଦି କହିଛନ୍ତି, ଏକ ବିକଶିତ ଭାରତ ଗଢିବା ପାଇଁ ଯୁବପିଢୀଙ୍କ ପ୍ରତିଭା ଓ ଶକ୍ତିକୁ ଉପଯୁକ୍ତ ସୁଯୋଗ ଦେବାକୁ ସରକାର ପ୍ରତିବଦ୍ଧ । ନୂତନ ଭାରତ ଯେଉଁ ନୀତି ଓ ରଣନୀତି ଦ୍ୱାରା ପରିଚାଳିତ ହେଉଛି, ତାହା ଦେଶ ପାଇଁ ନୂଆ ସମ୍ଭାବନା ଓ ନୂଆ ସୁଯୋଗର ଦ୍ୱାର ଖୋଲିଛି । ଅଧିକାଂଶ ଦେଶର ଅର୍ଥବ୍ୟବସ୍ଥା ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି, ଏଭଳିସ୍ଥଳେ ସାରା ବିଶ୍ୱ ଭାରତକୁ ଉଜ୍ୱଳ ତାରକା ଭାବେ ଦେଖୁଥିବା ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ । ରୋଜଗାର ମେଳାରେ ବିଭିନ୍ନ ରାଜ୍ୟରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇଞ୍ଜିନିୟର, ଲୋକୋ ପାଇଲଟ, ଟେକ୍ସିସିଆନ୍, ନୀରିକ୍ଷକ, ଉପ-ନୀରିକ୍ଷକ, କନେଷ୍ଟବଳ, ନାଗ୍ରାଫର, ସାମାଜିକ ସୁରକ୍ଷା ଅଧିକାରୀ, ଗ୍ରାମୀଣ ଡାକ ସେବକ, ଆୟକର ନିରୀକ୍ଷକ, ଡାକ୍ତର ନର୍ସ, ପିଏ, ଏମଟିଏ ଭଳି ବିଭିନ୍ନ ପଦରେ ନିଯୁକ୍ତି ପାଇଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ