The Topmost

“The eyes believe themselves, the ears believe other people.”

ମେତବାହ ଲିଙ୍ଗଡୋ ସବୁଠୁ ଧନୀ ପ୍ରାର୍ଥୀ

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ମେଘାଳୟ ବିଧାନସଭା ବାଚସ୍ପତି ମେତବାହ ଲିଙ୍ଗଡ଼ୋ ହେଉଛନ୍ତି ସବୁଠୁ ଧନୀ ପ୍ରାର୍ଥୀ, ଯାହାଙ୍କ ସମ୍ପତ୍ତିର ପରିମାଣ ଗତ ୫ ବର୍ଷରେ ୬୮ ପ୍ରତିଶତ ବୃଦ୍ଧି ପାଇ ୧୪୬.୩୧ କୋଟିରେ ପହଞ୍ଚିଛି । ୟୁଡିପି ପାର୍ଟିର ମୁଖ୍ୟ ଲିଙ୍ଗଡ଼ୋ ମୈରଙ୍ଗ ଆସନରୁ ପୁନଶ୍ଚ ନିର୍ବାଚନ ଲଢ଼ୁଛନ୍ତି । ସେଠାରେ ଆଗାମୀ ୨୭ ତାରିଖରେ ଭୋଟ ଗ୍ରହଣ ହେବ । ଲିଙ୍ଗଡ଼ୋ ୨୦୧୮ ନିର୍ବାଚନ ବେଳେ ତାଙ୍କ ସମ୍ପତ୍ତି ପରିମାଣ ୮୭.୨୬ କୋଟି ବୋଲି ଦର୍ଶାଇଥିଲେ । ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ ଓ ମେଘାଳୟ ଇଲେକ୍ସନ ୱାଚ୍‌ର ତଥ୍ୟ ଅନୁସାରେ ୨୦୧୮ ନିର୍ବାଚନରେ ୬୦ ବିଧାନସଭା ଆସନ ପାଇଁ ୬୦ ଜଣ ନିର୍ବାଚିତ ହୋଇଥିବା ଗତ ୫ ବର୍ଷରେ ଉପନିର୍ବାଚନରେ ଆଉ ୮ ଜଣ ନିର୍ବାଚିତ ହୋଇଥିଲେ । ଏହି ୬୮ ଜଣଙ୍କ ମଧ୍ୟରୁ ପୁନଃ ନିର୍ବାଚନ ଲଢ଼ୁଥିବା ୬୧ ଜଣଙ୍କ ସମ୍ପତ୍ତିର ବିଶ୍ଳେଷଣ କରାଯାଇଛି ।

SHARE BY