ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ବୈଷୟିକ ଭୂମି ଯାଞ୍ଚ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହାୟତାରେ ଏହି କାର୍ଯ୍ୟ ଆଗେଇ ଚାଲିଛି । ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନ-ବାରଙ୍ଗ ରାସ୍ତାରେ ବ୍ୟାରିକେଡ୍ କରାଯାଇ ଏହି ଯାଞ୍ଚ କରାଯାଉଥିବା ବେଳେ ଡିପିଆର ପ୍ରସ୍ତୁତ ପାଇଁ ଏହି ପ୍ରକ୍ରିୟା ଜାରି ରହିଛି । ୩୦ଫୁଟ ତଳୁ ମାଟିର ନମୁନା ସଂଗ୍ରହ କରାଯାଉଛି । ସର୍ବନିମ୍ନ ସମୟସୀମା ମଧ୍ୟରେ ରୋଡ ମ୍ୟାପ୍ ପ୍ରସ୍ତୁତକୁ ଗୁରୁତ୍ୱ ଦିଆଯାଉଥିବା ବେଳେ କେଉଁ ପଥରେ ମେଟ୍ରୋ ଚଳାଚଳ ହେବ ଓ ଏହାର ଭବିଷ୍ୟତ ଏବଂ ଅନ୍ୟାନ୍ୟ ଦିଗକୁ ଦୃଷ୍ଟି ଦିଆଯାଉଛି । ବିଭିନ୍ନ ବିଭାଗର ସମନ୍ୱୟକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି କାର୍ଯ୍ୟ ପାଇଁ ଅଧିକାରୀ ନିୟୋଜିତ ହୋଇଛନ୍ତି । ତ୍ରିଶୂଳିଆରୁ – ରାଜଭବନ ଛକ ଭିତରେ ୨୪ଟି ସ୍ଥାନରେ ଏମିତି ମାଟି ନମୁନା ସଂଗ୍ରହ କରାଯାଇ ଅନୁଧ୍ୟାନ କରାଯିବ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ