ମେଘାଳୟରେ କିଏ ଗଢିବ ସରକାର । ରାଜ୍ୟ ଏକ ଝୁଲା ବିଧାନସଭା ଆଡ଼କୁ ଗତି କରୁଛି । ଏହା ଫଳରେ ରାଜ୍ୟରେ ରାଜନୈତିକ ପାଣିପାଗ ହଠାତ ଗରମ ହୋଇଯାଇଛି । ରାଜ୍ୟ ବିଧାନସଭାରେ ୫୯ଟି ଆସନ ଥିବାବେଳେ ସରକାର ଗଢିବାକୁ ୩୧ ଆସନ ଆବଶ୍ୟକ । ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଦଳ ଏନପିପି ୨୫ଟି ଆସନରେ ବିଜୟ ହାସଲ କରିଛି କିମ୍ବା ଆଗୁଆ ରହିଛି । ବିଜେପି ମାତ୍ର ୩ଟି ଆସନରେ ବିଜୟ ହାସଲ କରିଛି । ରାଜ୍ୟରେ ଏବେ ଏନପିପି ବିଜେପି ମେଣ୍ଟ ସରକାର ଥିଲେ ବି ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢୁଛନ୍ତି । ଉଭୟ ଦଳ ପୁଣି ମେଣ୍ଟ କଲେ ବି ସରକାର ଗଢିବାକୁ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ଆବଶ୍ୟକ । ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ୫ଟି ଆସନରେ ବିଜୟ ହାସଲ କରିଛି । ଯଦି ଏନପିପି ଓ ଟିଏମସି ମେଣ୍ଟ କରନ୍ତି ତେବେ ବି କିଛି ସ୍ବାଧୀନ ପ୍ରାର୍ଥୀଙ୍କ ସହଯୋଗରେ ସରକାର ଗଠନ ହୋଇପାରିବ । ଏଣୁ ଉଭୟ ବିଜେପି ଓ ଟିଏମସି ଏନପିପି ସହ ମେଣ୍ଟ ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍