ମୃତ୍ୟୁଦଣ୍ଡକୁ ନେଇ ଗାଇଡଲାଇନ୍ ସ୍ଥିର କରିବାକୁ ସୁପ୍ରିମ୍କୋର୍ଟର ୫-ଜଣିଆ ବେଞ୍ଚ୍କୁ ଦାୟିତ୍ବ । ଯେଉଁସବୁ ମାମଲାରେ ସର୍ବୋଚ୍ଚ ଶାସ୍ତି ଭାବେ ମୃତ୍ୟୁଦଣ୍ଡ ଦିଆଯିବା କଥା ତାହାକୁ କିପରି କମାଯାଇପାରିବ ବା କେଉଁ ପରିସ୍ଥିତିରେ କମାଯାଇପାରିବ ସେ ନେଇ ଏକ ମାର୍ଗଦର୍ଶିକା ପ୍ରସ୍ତୁତ ହେବ । ପ୍ରଧାନବିଚାରପତି ଉଦୟ ଉମେଶ ଲଳିତଙ୍କ ନେତୃତ୍ବାଧୀନ ବେଞ୍ଚ କହିଲେ ଯେ ଏକ ବୃହତ୍ତର ଖଣ୍ଡପୀଠରେ ଏହି ମାମଲା ଶୁଣାଣିର ଆବଶ୍ୟକତା ରହିଛି । ଥରେ ମୃତ୍ୟୁଦଣ୍ଡ ଦିଆଗଲା ପରେ ତାହାକୁ ଆଉ ବଦଳାଯାଇ ପାରିବ ନାହିଁ । ତେଣୁ ମୃତ୍ୟୁଦଣ୍ଡ ଦିଆଯିବା ପୂର୍ବରୁ ତାହାକୁ ଆଉ କୋହଳ କରିହେବ କି ନାହିଁ, ସେ ବାବଦରେ ବିସ୍ତୃତ ଭାବେ ବିଚାର କରିବାର ଆବଶ୍ୟକତା ରହିଛି । ସୁପ୍ରିମ୍କୋର୍ଟ ବିଚାର ପାଇଁ ଗ୍ରହଣ କରିଥିବା ଉକ୍ତ ସୋ-ମଟୋ ଆବେଦନଟିର ଶୀର୍ଷକ ହେଉଛି- ‘ଫ୍ରେମିଂ ଗାଇଡ୍ଲାଇନ୍ସ ରିଗାର୍ଡିଂ ପୋଟେନ୍ସିଆଲ ମିଟିଗେଟିଂ ସର୍କମ୍ଷ୍ଟାନ୍ସେସ୍ ଟୁ ବି କନ୍ସିଡର୍ଡ ହ୍ବାଇଲ୍ ଇମ୍ପୋଜିଂ ଡେଥ୍ ସେଣ୍ଟେସ୍ସେସ୍’।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର