ଆଜି ବାହାନଗା ସ୍କୁଲ ପଡିଆରେ ଆୟୋଜିତ ହେଉଛି ବିଶ୍ବଶାନ୍ତି ମହାଯଜ୍ଞ । ଏହାସହିତ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ସମେତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଉଛି । ଭୋର ୫ଟାରୁ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଯାଇଛି । ପରେ ଅଖଣ୍ଡ ଗାୟତ୍ରୀମନ୍ତ୍ର ଜପ କରାଯିବ । ପରେ ସର୍ବଧର୍ମ ପ୍ରାର୍ଥନା ସଭା ଓ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ସାମୂହିକ ବେଦପାଠ ଓ ଦୀପଦାନ କରିବା କାର୍ଯ୍ୟକ୍ରମ ରହିଛି । ବାହାନଗାରେ ଲୌହ ଦାନବର ନରସଂହାର ଏବେ ବି ଲୋକଙ୍କ ମନରୁ ଯାଇନି । ମୃତକଙ୍କ ଆତ୍ମାର ସଦଗତି ଓ ଆହତଙ୍କ ଆରୋଗ୍ୟ କାମନା କରି ବାହାନଗାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଆସନ୍ତାକାଲି ସକାଳେ କଳସ ଶୋଭାଯାତ୍ରା କରାଯିବ । ଅପରାହ୍ନରେ ବିଷ୍ଣୁପୁର ଋତମ୍ଭରା ଆର୍ନ୍ତଜାତୀୟ ସଂଘ ତରଫରୁ ୫୦୦୮ ଦୀପଦାନ କରାଯିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା