ଆଜି ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୁରୁଛି ୧୦ ଦିନ । ଏହି ଅବସରରେ ବାହାନଗାରେ ସାମୁହିକ ମୁଣ୍ଡନ ଓ ଦଶାହକର୍ମ କରିବାର କାର୍ଯ୍ୟକ୍ରମ କରାଯାଉଛି । ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦିବଙ୍ଗତ ଆତ୍ମାଙ୍କର ସଦଗତି କାମନା କରି ଏହି କାର୍ଯ୍ୟକ୍ରମ କରାଯାଉଛି । ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ବାହାନଗା ଅଞ୍ଚଳରେ ଧାର୍ମିକ ପରିବେଶ ସୃଷ୍ଟି ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି । ଆଜି ମୁଣ୍ଡନ ଓ ଦଶାହକର୍ମ ଥିବା ବେଳେ ଆସନ୍ତାକାଲି ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ ନାମସଂକୀର୍ତ୍ତନ, ଗାୟତ୍ରୀମନ୍ତ୍ର ଜପ ଆଦି କାର୍ଯ୍ୟକ୍ରମ ରହିଛି । ସେହିପରି ୧୩ ତାରିଖ ଦିନ ଶୋଭାଯାତ୍ରା, ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ, ସାମୂହିକ ପ୍ରସାଦସେବନ ଲାଗି ବ୍ୟବସ୍ଥା କରାଯାଇଛି । ଅପରାହ୍ନ ପରେ ୫ ହଜାର ୮ ଦୀପଦାନ ଏବଂ ଅମୃତଧାରା ସତସଙ୍ଗ ସମାରୋହ ପାଳିତ ହେବ । ବାହାନଗା, ସୋର ତଥା ସାମଗ୍ରିକ ଭାବରେ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ପକ୍ଷରୁ ଏହି ଆୟୋଜନ କରାଯାଉଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍