ଚୀନ୍ ବିରୋଧରେ ଜାତିସଂଘ ରିପୋର୍ଟରେ ଅଭିଯୋଗ । ସିନ୍ଜିଆଙ୍ଗ ଅଞ୍ଚଳରେ ମୁସ୍ଲିମଙ୍କ କ୍ଷେତ୍ରରେ ଗୁରୁତର ମାନବାଧିକାର ଉଲ୍ଲଂଘନ । ଉକ୍ତ ଅଞ୍ଚଳର ସଂଖ୍ୟାଲଘୁ ମୁସଲମାନ ମହିଳାଙ୍କୁ ବଳାତ୍କାର କରାଯିବା, ଜବରଦସ୍ତ ବନ୍ଧ୍ୟାକରଣ କରାଯିବା ସହ ଅନେକ ମୁସଲମାନ ଆଶ୍ଚର୍ଯ୍ୟଜନକ ଭାବେ ଅନ୍ତର୍ଧ୍ୟାନ ହୋଇଯାଉଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ୪୮ ପୃଷ୍ଠାର ରିପୋର୍ଟରେ ଲେଖାଯାଇଛି ଯେ ଚୀନ୍ ଏକ ଅଭିନବ ଆତଙ୍କବାଦ ଓ ଉଗ୍ରବାଦ-ନିରୋଧୀ ରଣନୀତି ଆପଣେଇଛି । ଚୀନ୍ର ନୀତି ହେଉଛି, ଯେଉଁ ସମ୍ପ୍ରଦାୟରୁ ଅଧିକ ଆତଙ୍କବାଦୀ ଓ ଉଗ୍ରବାଦୀ ବାହାରୁଛନ୍ତି ସେମାନଙ୍କ ବଂଶବୃଦ୍ଧି ହେବାକୁ ନଦେବା । ତେବେ ଏହା ମାନବାଧିକାରର ଘୋର ଉଲ୍ଲଂଘନ ବୋଲି ଜାତିସଂଘ ପ୍ରକାଶ କରିଛି । ସବୁ ମଣିଷଙ୍କର ସ୍ବାଧୀନ ଭାବରେ ବଞ୍ଚିବାର ଅଧିକାର ଅଛି । ଜାତିସଂଘର ମାନବାଧିକାର ଶାଖା ହାଇକମିସନର କହିଛନ୍ତି, ଉଇଘର ଓ ଅନ୍ୟ ମୁସଲମାନ ଗୋଷ୍ଠୀଗୁଡ଼ିକ ପ୍ରତି ଚୀନ୍ ସରକାର ବାଛବିଚାରମୂଳକ ନୀତି ଆପଣାଇବା ବେଆଇନ । ସେମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯିବା ମାନବତା ବିରୋଧରେ ଅପରାଧ ଓ ଅନ୍ତର୍ଜାତୀୟ ଅପରାଧ । ତେବେ ଜାତିସଂଘର ଏହି ରିପୋର୍ଟକୁ ଚୀନ୍ ମିଛ ଓ ଭୁଲ୍ ତଥ୍ୟ ଉପରେ ପର୍ଯ୍ୟବସିତ ବୋଲି ଦାବି କରିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍