ମୁମ୍ବାଇ ପୋଲିସକୁ ବଡ ସଫଳତା । ନାଲାସୋପାରା ଠାରେ ଏକ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢାଉ କରାଯାଇ ୭୦୦ କେଜି ଡ୍ରଗ୍ସ ଜବତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୧୪ ଶହ କୋଟି ଟଙ୍କା । ଏବଂ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ମୁମ୍ବାଇ ଅପରାଧ ଶାଖାର ମାଦକ ଦ୍ରବ୍ୟ ରୋଧୀ ପ୍ରକୋଷ୍ଟ ବା ଏଏନସି ଖବର ପାଇ ଉକ୍ତ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢାଉ କରିଥିଲା । ଚଢାଉ ବେଳେ ସେଠାରୁ ପ୍ରତିବନ୍ଧିତ ଔଷଧ ମେଫେଡ୍ରୋନ ପ୍ରସ୍ତୁତ କରିବାକୁ ଏହି ଡ୍ରଗ୍ସ ରଖାଯାଇଥିବା କଥା କୁହାଯାଇଛି । ସଂପୃକ୍ତ ମାମଲାରେ ୪ ଜଣଙ୍କୁ ମୁମ୍ବାଇରୁ ଗିରଫ କରିଥିବା ବେଳେ ଜଣଙ୍କୁ ନାଲାସୋପାରା ନିକଟରୁ ଗିରଫ କରାଯାଇଛି । ତେବେ ମୁମ୍ବାଇ ପୋଲିସ ଦ୍ୱାରା ଆଗରୁ ଜବତ ହୋଇଥିବା ମାଦକଦ୍ରର୍ବ୍ୟ ତୁଳନାରେ ଏହା ସର୍ବାଧିକ ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି