ଜୁନ ୧୪କୁ ମୁମ୍ବାଇ ଟ୍ରାଫିକ ପୋଲିସ୍ ‘ନୋ ହର୍ଣ୍ଣ ଡେ’ ଭାବେ ପାଳନ କରିବ। ଏଥିସହ ଅଯଥାରେ ହର୍ଣ୍ଣ ବଜାଇ ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଶବ୍ଦ ପ୍ରଦୂଷଣକୁ ରୋକିବା ଓ ତଥା ପରିବେଶରେ ସନ୍ତୁଳତା ଆଣିବା ପାଇଁ ମୁମ୍ବାଇ ପୋଲିସ ଏପରି ପଦକ୍ଷେପ ନେଇଛି। ଯୁଗ୍ମ କମିଶନର ପ୍ରବୀଣ ପଡୱାଲ କହିଛନ୍ତି, “ରାସ୍ତାରେ ବଢୁଥିବା ଶବ୍ଦ ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହି ଅଭିଯାନକୁ ସବୁ ଗାଡ଼ି ଚାଳକ ସକାରାତ୍ମକ ଭାବେ ଗ୍ରହଣ କରନ୍ତୁ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ