ମୁମ୍ବାଇ ଓ ନାସିକରେ ଫେରୁଛି କରୋନା । H3N2 ଭାଇରସ ଆତଙ୍କ ଭିତରେ ପୁଣି କୋଭିଡ ଭୟ । ନାସିକରେ ଦିନକରେ ୧୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପଟେ ଓଡ଼ିଶାରେ ବି ସତର୍କ ରହିଛି ସ୍ବାସ୍ଥ୍ୟ ବିଭାଗ । ଥଣ୍ଡା, କାଶ, ଛିଙ୍କ ଓ ଜ୍ବର ହେଉଥିଲେ ତୁରନ୍ତ କରୋନା ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସେପଟେ ସବୁ ସିଡିଏମଓ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଆଲର୍ଟ କରାଯାଇଛି । ପୂର୍ବପରି ସର୍ଭେଲାନ୍ସ ବଢ଼ାଇବା ସହ ଅକ୍ସିଜେନ, ଆଇସିୟୁ ବେଡ୍ ପ୍ରସ୍ତୁତ କରି ରଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ପୂର୍ବପରି କୋଭିଡ ଟେଷ୍ଟ ଉପରେ ଗୁରୁତ୍ବ ଦେବାକୁ ଚିଠିରେ କୁହାଯାଇଛି । ପ୍ରାୟ ବର୍ଷେ ପରେ ପୁଣି କୋଭିଡ ଲେଉଟିବା ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ । ପୂର୍ବରୁ କରୋନା ମୁକାବିଲା ପାଇଁ ଯେଉଁ ଗାଇଡଲାଇନ ମାନିବାକୁ ପଡ଼ୁଥିଲା ପୁନଶ୍ଚ ସେହି ନିୟମ ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ