ମୁମ୍ବାଇରେ ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ (ATS) ଦ୍ବାରା ବଡ଼ ଚଢ଼ାଉ । ମୁମ୍ବାଇର ବୋରିବଲି ଅଞ୍ଚଳରେ ଚଢ଼ାଉ କରାଯାଇ ଥିବାବେଳେ ଏକ ଗେଷ୍ଟ ହାଉସରୁ ୬ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୪ଟି ଜବତ କରାଯାଇଛି । ଗିରଫ ୬ ଜଣ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି । ଏମାନେ ବଡ଼ ଆତଙ୍କ ଘଟାଇବାକୁ ଯୋଜନା କରିଥିବାବେଳେ ପୋଲିସ ଗିରଫ କରିଥିବା ସୂଚନା ଦେଇଛି । ସେପଟେ ୩ଟି ବନ୍ଧୁକ ସହ ୩୬ଟି ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି । ପୋଲିସ କଡ଼ା ନଜର ରଖିଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି । ଅଭିଯୁକ୍ତମାନେ ବାହାର ରାଜ୍ୟରୁ ଆସି ଏଠାରେ ରହି ଯୋଜନା କରୁଥିବା କୁହାଯାଇଛି । wୂର୍ବରୁ ମୁମ୍ବାଇରେ ବଡ଼ ବଡ଼ ଅଘଟଣମାନ ଘଟିଥିବାବେଳେ ଆଜି ପର୍ଯ୍ୟନ୍ତ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ହୁଏ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ