ମୁମ୍ବାଇରେ ବିସ୍ଫୋରଣ ନେଇ ମିଳିଛି ଧମକ। ମୁମ୍ବାଇ ପୋଲିସ୍ ପକ୍ଷରୁ ଜାଣିବାକୁ ମିଳିଛି ଯେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ନିକଟରେ ଅନ୍ଲାଇନ୍ ଜରିଆରେ ସହରରେ ବିସ୍ଫୋରଣ ହେବାର ଧମକ ମିଳିଛି। ଅଭିଯୁକ୍ତ ଏକ ଟ୍ବିଟ୍ ପୋଷ୍ଟ୍ ଜରିଆରେ ଏହି ଧମକ ଦେଇଥିବା ବେଳେ ମୁମ୍ବାଇ ପୋଲିସ୍ ପ୍ରାଥମିକ ତଦନ୍ତ କରି ଅଭିଯୁକ୍ତକୁ ଧରିବାରେ ସମର୍ଥ ହୋଇଛି। ଦିନ ପ୍ରାୟ ୧୧ଟା ସମୟରେ ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଏହି ଧମକପୂର୍ଣ୍ଣ ପୋଷ୍ଟ୍ ପୁଲିସ୍ର ନିଦ ହଜାଇ ଦେଇଥିଲା। ସେଥିରେ ଲେଖାଥିଲା, ‘ମୁଁ ଖୁବ୍ ଶୀଘ୍ର ମୁମ୍ବାଇକୁ ବିସ୍ଫୋରଣ କରି ଉଡ଼ାଇଦେବି’। ପୁଲିସ୍ ଏହି ପୋଷ୍ଟ୍କୁ ଦେଖିବା ପରେ ତତ୍ପରତା ଦେଖାଇ ତଦନ୍ତ ଆରମ୍ଭ କରିଥିଲା। ପୋଷ୍ଟ୍ ହୋଇଥିବା ଆକାଉଣ୍ଟ୍କୁ ନେଇ ପୁଲିସ୍ ତନାଘନା କରିବା ପରେ ଆକାଉଣ୍ଟ୍ଧାରୀର ପରିଚୟ ମିଳି ପାରିଥିଲା। ତେବେ ଆକାଉଣ୍ଟ୍ କାହାର ବୋଲି ଜଣାଯିବା ପରେ ଅଭିଯୁକ୍ତକୁ ଧରିବା ଖୁବ୍ ସହଜ ହୋଇ ପଡ଼ିଥିଲା। ତାପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି ଏବେ ପଚରାଉଚରା ଆରମ୍ଭ କରିଛି। ଏହି ଘଟଣାକୁ ନେଇ ଏବେ ଅଧିକ ତଦନ୍ତ ଆରମ୍ଭ ହୋଇଛି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ