The Topmost

“The eyes believe themselves, the ears believe other people.”

ମୁମ୍ବାଇରେ ବିରୋଧୀଙ୍କ ମେଳିର ଦ୍ୱିତୀୟ ଦିନ 

ମୁମ୍ବାଇରେ ବିରୋଧୀଙ୍କ ମେଳିର ଆଜି ଦ୍ୱିତୀୟ ଦିନ । ବୈଠକରେ ସାମିଲ ହୋଇଛନ୍ତି ୨୮ ଦଳର ନେତା । ଆଜି ବୈଠକର ଦ୍ୱିତୀୟ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସକାଳ ୧୦ଟାରେ ଆନୁଷ୍ଠାନିକ ବୈଠକ ହେବ । ଏଥିରେ ମେଣ୍ଟର ଲୋଗୋ ଓ ସଂଯୋଜକଙ୍କ ନାଁ ସାମ୍ନାକୁ ଆସିପାରେ । ସୂଚନା ଅନୁସାରେ, ଦୁଇ-ତିନୋଟି ନୂଆ ଲୋଗୋ ପ୍ରସ୍ତୁତ କରାଯାଇଛି । ଆଉ ଏହାକୁ ଆଜି ଆନୁଷ୍ଠାନିକ ଭାବେ ଜାରି କରାଯାଇପାରେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲୋଗୋରେ ଜାତୀୟ ପତାକାର ତିନି ରଙ୍ଗ ଗେରୁଆ, ଧଳା ଓ ସବୁଜ ରଙ୍ଗ ରହିବ । ଲୋଗୋ ଜାରି ହେବା ପରେ ଏକ ମିଳିତ ପ୍ରେସ କନଫରେନ୍ସର ଆୟୋଜନ କରାଯିବ । ସେପଟେ ଲୋକସଭା ନିର୍ବାଚନ ପାଇଁ ଆସନ କେମିତି ବଣ୍ଟା ହେବ, ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । କୁହାଯାଉଛି ୨୦୧୯ ଲୋକସଭା ନିର୍ବାଚନ ଆଧାରରେ ଫର୍ମୁଲା ପ୍ରସ୍ତୁତ ହୋଇପାରେ ।