ରୋଭର ପ୍ରଜ୍ଞାନ ମୁନ୍ ୱାକ୍ କରୁଥିବାର ଆଉ ଏକ ଭିଡିଓ ଜାରି କରିଛି ଇସ୍ରୋ । ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପ୍ରଜ୍ଞାନ ବୁଲୁଥିବାର ଦେଖାଯାଇଛି । ଗୋଟେ ଦିନ ପୂର୍ବେ ହିଁ ଇସ୍ରୋ କହିଥିଲା ଯେ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ପ୍ରାୟ ୮ ମିଟର ଦୂରତା ସଫଳତାର ସହ ନିର୍ଦ୍ଧାରିତ କରିଥିଲା । ଏବଂ ଏହାର ଉପକରଣ ଚାଲୁ ହୋଇଯାଇଛି । ଏବେ ତାଜା ଭିଡିଓରେ ଏହି ରୋଭର ଶିବଶକ୍ତି ପଏଣ୍ଟର ଆଖପାଖରେ ବୁଲୁଥିବାର ଦେଖାଯାଇଛି । ଇସ୍ରୋ ୪୦ ସେକେଣ୍ଡର ଭିଡିଓ ସେୟାର କରି କହିଛି ଯେ, ପ୍ରଜ୍ଞାନ ରୋଭର ଦକ୍ଷିଣ ଧ୍ରୁବରେ ଚନ୍ଦ୍ର ରହସ୍ୟର ଅନୁସନ୍ଧାନରେ ଶିବ ଶକ୍ତି ପଏଣ୍ଟ ଆଖପାଖରେ ବୁଲୁଛି । ଉଲ୍ଲେଖଯୋଗ୍ୟ, ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଅବତରଣ କରିଛି ତାର ନାଁ ଶିବ-ଶକ୍ତି ପଏଣ୍ଟ ରଖାଯିବ । ତେବେ ଆଜି ଇସ୍ରୋ ଜାରି କରିଥିବା ଭିଡିଓରେ ଦେଖାଯାଇଛି ଯେ ରୋଭର ପ୍ରଜ୍ଞାନ ନିଜ ଚକାର ଚିହ୍ନ ପଛରେ ଛାଡ଼ି ଆଗକୁ ଯାଉଛି । ଏହି ସମୟରେ ସେ ଏକ ଗାତ ମଧ୍ୟ ପାର କରିଛି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ