The Topmost

“The eyes believe themselves, the ears believe other people.”

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା

କର୍ଣ୍ଣାଟକରେ କଂଗ୍ରେସ ରାଜ୍ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା । ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସିଦ୍ଧରମୈୟା । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡି.କେ ଶିବକୁମାର । ଏହା ସହ ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଦୁଇ ହେଭିଓ୍ବେଟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ମନ୍ତ୍ରିମଣ୍ଡଳ ଗଠନ ହୋଇଛି । ଏସସି ବର୍ଗର ଜି. ପରମେଶ୍ବର ଓ କେଏଚ ମୁନିୟାପ୍ପା, ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ବର୍ଗର କେଜେ ଜର୍ଜ, ଲିଙ୍ଗାୟତ ସମ୍ପ୍ରଦାୟର ଏମବି ପାଟିଲ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ସେହିପରି ଏସଟି ବାଲ୍ମିକୀ ବର୍ଗର ସତୀଶ ଜାର୍କିଖୋଲି, ଏସସି ବର୍ଗର ତଥା ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ, ରେଡ୍ଡୀ ବର୍ଗର ରାମଲିଙ୍ଗା ରେଡ୍ଡୀ, ସଂଖ୍ୟାଲଘୁ ମୁସଲିମ ବର୍ଗର ବିଜେ ଜମିର ଅହମ୍ମଦ ଖାନ ମଧ୍ୟ ଶପଥ ନେଇଛନ୍ତି ।