ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ବଢିଲା ଅତିଶୀଙ୍କ ଅଡୁଆ । ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଅତିଶୀଙ୍କୁ ନୋଟିସ ଦେଇଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ । ବିଧାୟକଙ୍କୁ ଘୋଡ଼ାବେପାର ମାମଲାରେ ଅତିଶୀଙ୍କୁ ପ୍ରମାଣ ମାଗିଛି ଦିଲ୍ଲୀ ପୋଲିସ । ଯେଉଁ ବିଧାୟକଙ୍କୁ କିଣିବାକୁ ଟଙ୍କା ଯଚା ଯାଇଥିବା ଅଭିଯୋଗ କରିଥଲେ ସେମାନଙ୍କର ତାଲିକା ଦେବାକୁ କହିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । ମନ୍ତ୍ରୀ ଅତିଶୀଙ୍କ ଘରେ ନୋଟିସ ଦେଇ ଫେରିଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଟିମ୍ । ତେବେ ମନ୍ତ୍ରୀ ଅତିଶୀ ଘରେ ନଥିବା କ୍ରାଇମବ୍ରାଞ୍ଚ ଟିମ ଜାଣିବାକୁ ପାଇଛି । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ପୋଲିସର ଏକ ଟିମ ଅତିଶୀ ଘରେ ଯାଇ ପହଞ୍ଚିଥିଲା । ମନ୍ତ୍ରୀ ଅତିଶୀ ଚଣ୍ଡୀଗଡ଼ରେ ଥିବା ଜଣାପଡିଛି । ଏହା ପୂର୍ବରୁ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନକୁ ଯାଇ ନୋଟିସ ଦେଇଥିଲା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ୩ ପ୍ରଶ୍ନ ପଚାରିଥିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ । ଆମ ଆଦମୀ ପାର୍ଟି ଯାହା ଅଭିଯୋଗ ଆଣିଛି ଏହାର ପ୍ରମାଣ ଦେବାକୁ କହିଥିଲା ଦିଲ୍ଲୀ ପୋଲିସ । ଏହାସହ ଟଙ୍କା ଯଚା ଯାଇଥିବା ୭ ବିଧାୟକଙ୍କ ନାଁ ପ୍ରକାଶ କରିବା ସହ ଯାହା ପ୍ରମାଣ ଅଛି ସେସବୁ କ୍ରାଇମବ୍ରାଞ୍ଚକୁ ଦେବାକୁ କହିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍