ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଲୋକପ୍ରିୟ ଅଭିନେତା ଆର୍. ମାଧବନ୍ । କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେସ ବୁଲି ଦେଖିବା ସହ ନିର୍ମାଣାଧୀନ ଆକ୍ୱାଟିକ୍ ସେଣ୍ଟରକୁ ସେ ପ୍ରଶଂସା କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର୍ ଜାତୀୟ ସୁଇମିଂ ଚାମ୍ପିଅନ୍ ଅବସରରେ ଓଡ଼ିଶା ଆସିଥିଲେ ଆର୍. ମାଧବନ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ୧୫ଶହ ମିଟର ଫ୍ରି-ଷ୍ଟାଇଲ୍ ସୁଇମିଂରେ ତାଙ୍କ ପୁଅ ବେଦାନ୍ତ ଜାତୀୟ ରେକର୍ଡ କରିଥିବାରୁ ଆର୍. ମାଧବନଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଭାରତ ମାନଚିତ୍ରରେ ଓଡ଼ିଶାକୁ ସ୍ପୋର୍ଟସ ହବ୍ କରିବାରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନକୁ ତାରିଫ କରିଛନ୍ତି ଆର୍. ମାଧବନ । ଖେଳ ପାଇଁ ଓଡ଼ିଶାର ଅବଦାନକୁ ମାଧବନଙ୍କ ପ୍ରଶଂସା ନେଇ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ମାରକୀ ଓ ସମୃଦ୍ଧ ଐହିତ୍ୟକୁ ଲୋକଲୋଚନକୁ ଆଣିବାକୁ ଏକ ଲମ୍ବା ଯାତ୍ରାରେ ଆସିବାକୁ ମାଧବନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା