ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କରନ୍ତି । ପୁରା ଜୀବନ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ନିଜର ପ୍ରତିଷ୍ଠା ସହ କଠିନ ପରିଶ୍ରମ ଏବଂ ରାଜ୍ୟବାସୀଙ୍କ ପାଇଁ ତାଙ୍କ କର୍ତ୍ତବ୍ୟରେ ଛୋଟ ସହଯୋଗ କରିବାକୁ ଓଡ଼ିଶା ଆସିଛି ବୋଲି କହିଛନ୍ତି ନର୍ସି ମୋଞ୍ଜି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜର କୁଳାଧିପତି ଅମରିଶ ପଟେଲ । ବେପାର ପାଇଁ ନୁହେଁ କି ଲାଭଖୋର ମନୋବୃତ୍ତି ନୁହେଁ, ଓଡ଼ିଶା ଛାତ୍ରଛାତ୍ରୀଙ୍କୁ ନିଜ ଗୋଡ଼ରେ ଛିଡ଼ା କରାଇବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ । ୧୯୩୨ରୁ ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ୧୯୮୨ରେ ଡ଼ିମ୍ଡ଼୍ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଛି ଏନ୍ଏମ୍ଆଇଏମ୍ଏସ୍ । ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ନଭି ମୁମ୍ବାଇ, ଇନ୍ଦୋର, ଧୁଳିଆ, ଶୀରପୁର, ଚଣ୍ଡିଗଡ଼ରେ କ୍ୟାମ୍ପସ ଚାଲୁଥିବା ବେଳେ ଅହମଦାବାଦରେ କ୍ୟାମ୍ପସ କାମ ଚାଲିଛି । ଆଜି ଭୁବନେଶ୍ବର କ୍ୟାମ୍ପସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜଟଣୀରେ ୪୦ ଏକର ଜାଗା ସରକାର ବିନାଦେୟରେ ଯୋଗାଇଥିବା ବେଳେ ୮ପ୍ରତିଶତ ଜିଏସଟି ଛାଡ଼ କରିଛନ୍ତି । ଏଥିରେ ୪୦୦କୋଟି ପୁଞ୍ଜି ବିନିଯୋଗ ହେବ । ସବୁ କ୍ୟାମ୍ପସ ମଧ୍ୟରେ ଭୁବନେଶ୍ବର କ୍ୟାମ୍ପସ ସର୍ବୋତ୍କୃଷ୍ଟ ହେବ ବୋଲି କୁଳାଧିପତି ଅମରିଶ ପଟେଲ କହିଛନ୍ତି । ଯୁବବର୍ଗଙ୍କ ଜୀବନ ବଦଳାଇବା, ନୂଆ ଜେନରେସନ ପ୍ରସ୍ତୁତ କରିବା ଆମର ମୂଳ ଲକ୍ଷ୍ୟ । ଭୁବନେଶ୍ବର ସହରକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍, କମିଟମେଣ୍ଟ, ଡ଼େଡ଼ିକେସନକୁ ଅମରିଶ ଭୂୟସୀ ପ୍ରଶଂସା କରିଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ