ଜେଲରୁ ମୁକୁଳିଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ଆର୍ଥର ରୋଡ୍ ଜେଲରେ ବର୍ଷେ ରହିବା ପରେ ସେ ମୁକୁଳିଛନ୍ତି । ବାହାରକୁ ଆସିବା ପରେ ସେ ହାତ ଯୋଡ଼ି ସମର୍ଥକଙ୍କ ଅଭିବାଦନ କରିଥିଲେ । ଦୁର୍ନୀତି ମାମଲାରେ ଜାମିନ ଆଦେଶ ଉପରେ ରୋକ ଲଗାଇବାକୁ ବମ୍ବେ ହାଇକୋର୍ଟ ମନା କରିବା ପରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଜେଲରୁ ମୁକ୍ତ କରାଯାଇଛି । ଏନସିପି ନେତା ଅଜିତ ପୱାର କହିଛନ୍ତି ଯେ ଆମେ ବହୁତ ଖୁସି । ଶେଷରେ ନ୍ୟାୟ ମିଳିଲା । ଅନିଲ ଦେଶମୁଖ ଦୀର୍ଘ ସମୟ ହେବ ଜେଲରେ ରହିଥିଲେ । ଏନସିପିର ଅନେକ କର୍ମକର୍ତ୍ତା ମୁମ୍ବାଇର ଆର୍ଥର ରୋଡ ଜେଲ ବାହାରେ ସ୍ୱାଗତରେ ଏକାଠି ହୋଇଥିଲେ ଏବଂ ତାଙ୍କ ସମର୍ଥନରେ ନାରାବାଜୀ କରିଥିଲେ ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ