ଭାରତର ପ୍ରତିଷ୍ଠିତ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ହେଲା ଗିରଫ । ମୁକେଶଙ୍କୁ ଇ-ମେଲରେ ଧମକ ପଠାଇଥିବା ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିଛି ପୋଲିସ । ଭୁଲ ପ୍ରମାଣ ଦେଇ ଧମକ ଦେଉଥିବା ଜଣା ପଡ଼ିଛି । ଅଭିଯୁକ୍ତର ନାଁ ଗଣେଷ ରମେଶ ଭାନାପାର୍ଡି ହୋଇଥିବାବେଳେ ସେ ଶାଦବ ଖାନ ନାମରେ ମେଲ ପଠାଇ ଦମକ ଦେଇଥିଲା । ସେ ପ୍ରଥମେ ୨୦ କୋଟି ଟଙ୍କା ମାଗିଥିବାବେଳେ ପରବର୍ତ୍ତୀ ସମୟରେ ୪ଶହ କୋଟି ଟଙ୍କା ମାଗିଥିଲା । ପାଖାପାଖି ୫ରୁ ୬ଟି ମେଲ ପଠାଇଥିଲା । ହତ୍ୟା କରିବା ପାଇଁ ସିଧାସଳଖ ଲେଖିଥିବାବେଳେ ଏହା ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥିଲା । ଅକ୍ଟୋବର ୨୭ ତାରିଖରେ ପ୍ରଥମେ ହତ୍ୟା ଧମକ ଅଫିସିଆଲ ମେଲ ଆଇଡିକୁ ଆସିଥିଲା । ଏଥିରେ ଲେଖାଥିଲା କି, ୨୦ କୋଟି ଟଙ୍କା ନଦେଲେ ହତ୍ୟା କରିବ । ପରେ ୨୮ ତାରିଖରେ ଆଉ ଏକ ମେଲ ଆସିଥିଲା । ଏଥିରେ ଲେଖାଥିଲା କି, ୨୦୦ କୋଟି ଟଙ୍କା ନଦେଲେ ହତ୍ୟା କରିବେ । ଏହାସହ ପରେ ୩୦ ତାରିଖରେ ଆଉ ଏକ ମେଲ ଆସିଥିବାବେଳେ ଏଥିରେ ଲେଖାଥିଲା କି, ୪ଶହ କୋଟି ଟଙ୍କା ନଦେଲେ ମୁକେଶ ଅମ୍ବାନୀଙ୍କୁ ହତ୍ୟା କରାଯିବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍