ଉଦ୍ଧବ ଠାକ୍ରେଙ୍କୁ ଏକନାଥ ସିନ୍ଦେଙ୍କ ଚେତାବନୀ । ସେ କହିଛନ୍ତି ଯେ ମୁଁ ଯଦି ସାକ୍ଷାତ୍କାର ଦେବି ତା’ହେଲେ ଭୂମିକମ୍ପ ଆରମ୍ଭ ହୋଇଯିବ । ଅନ୍ୟ କିଛି ଲୋକଙ୍କ ପରି ମୁଁ ପ୍ରତିବର୍ଷ ବିଦେଶ ବୁଲି ଯାଏନାହିଁ । ‘ଶିବସେନା’ ଏବଂ ତା’ର ଅଭିବୃଦ୍ଧି ହେଉଛି ମୋର ଏକମାତ୍ର ଚିନ୍ତା । ସୂଚନା ଅନୁସାରେ କଂଗ୍ରେସ ଓ ‘ଏନ୍ସିପି’ ସହ ମିଶି ‘ଶିବସେନା’ ‘ମହା ବିକାଶ ଅଘାଡ଼ି’ ନାମରେ କରିଥିବା ମେଣ୍ଟ ସରକାରକୁ ବିରୋଧ କରି ସିନ୍ଦେ ଓ ଅନ୍ୟ ବିଧାୟକମାନେ ବିଦ୍ରୋହ କରିବାରୁ ଜୁନ୍ ମାସରେ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ସେବେଠାରୁ ବିଦ୍ରୋହୀ ବିଧାୟକମାନଙ୍କୁ ଉଦ୍ଧବ ଠାକ୍ରେ ସବୁବେଳେ ‘ବିଶ୍ବାସଘାତକ’ ବୋଲି କହୁଛନ୍ତି । ଉଦ୍ଧବ ଠକ୍ରେଙ୍କ ନାଁ ନ ଧରି ସିନ୍ଦେ କହିଛନ୍ତି ବାଲାସାହେବ ଠାକ୍ରେଙ୍କ ଆଦର୍ଶ ସୁରକ୍ଷିତ ରଖିବା ଲାଗି ବିଦ୍ରୋହ କରିଥିଲେ । କେବଳ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯେଉଁମାନେ ବାଲାସାହେବଙ୍କ ଆଦର୍ଶ ସହ ବୁଝାମଣା କରୁଛନ୍ତି ସେମାନଙ୍କୁ ଆପଣ କ’ଣ ବୋଲି କହିବେ? ‘ବିଜେପି’ ସହ ବୁଝାମଣ କରି ‘ଶିବସେନା’ ନିର୍ବାଚନ ଲଢ଼ିଲା କିନ୍ତୁ, ‘କଂଗ୍ରେସ’ ଓ ‘ଏନ୍ସିପି’ ସହିତ ମିଶି ସରକାର ଗଢ଼ିଲା । ଏ କ’ଣ ବିଶ୍ବାସଘାତକତା ନୁହେଁ? ତେବେ ପରବର୍ତ୍ତୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ ଆସନରୁ ‘ଶିବସେନା’ର ସିନ୍ଦେ ଗୋଷ୍ଠୀ ଏବଂ ‘ବିଜେପି’ ସମୁଦାୟ ୨୦୦ ଆସନରୁ ବିଜୟୀ ହେବେ ବୋଲି ସେ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ