ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ଲୋଗୋ ଉନ୍ମୋଚନ କରିଛି ରାଜ୍ୟ କଂଗ୍ରେସ । ଏଥିସହ ମିସ କଲ ଦେଇ ନ୍ୟାୟ ଯାତ୍ରାରେ ସାମିଲ ହେବା ପରେ ଲୋକଙ୍କୁ ଅପିଲ କରି କଂଗ୍ରେସ ଏକ ମୋବାଇଲ ନମ୍ବର ଜାରି କରିଛି । ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେବା ପାଇଁ କଂଗ୍ରେସ ନେତା ଲୋକଙ୍କୁ ଅପିଲ କରିଛନ୍ତି । ଯାତ୍ରା ବେଳେ ଓଡିଶାରେ ରାହୁଲ ଗାନ୍ଧୀ ୪ ଦିନ ରହିବେ । ରାଜ୍ୟର ୪ଟି ଜିଲ୍ଲା ଦେଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଦେଇ ଓଡିଶାରେ ଏହି ଯାତ୍ରା ଯିବ । ଜାନୁଆରି ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ୬୬ ଦିନରେ ୧୫ଟି ରାଜ୍ୟ ଓ ୧୧୦ଟି ଜିଲ୍ଲା ଦେଇ ଯିବ । ମଣିପୁରର ଆରମ୍ଭ ହୋଇ ମୁମ୍ବାଇରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ସରିବ । ଏହି ଯାତ୍ରା ଦେଶରେ ଜନ ଜାଗରଣ ସୃଷ୍ଟି ପାଇଁ ହେଉଥିବା କହିଲେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା