ପାଖାପାଖି ୮୦ ବର୍ଷ ପରେ ଦକ୍ଷିଣ ଚୀନ ସାଗରରୁ ଏକ ଜାପାନୀ ଜାହାଜର ଅବଶେଷ ମିଳିଛି | ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଜାହାଜ ବୁଡିଯାଇଥିଲା | ଦ୍ଵିତୀୟ ବିଶ୍ବଯୁଦ୍ଧରେ ଜାପାନ, ଜର୍ମାନୀ ଏବଂ ପୋଲାଣ୍ଡ ଭଳି ଦେଶରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଅନ୍ୟପଟେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ଋଷ ଭଳି ଦେଶଙ୍କୁ ମଧ୍ୟ ବହୁତ କ୍ଷତି ସହିବାକୁ ପଡିଥିଲା । ୧୯୪୨ ମସିହାରେ, ଆମେରିକାର ଏକ ବୁଡ଼ାଜାହାଜ ଆକ୍ରମଣରେ ଏହି ଜାପାନୀ ଜାହାଜ ସମୁଦ୍ରରେ ବୁଡ଼ିଯାଇଥିଲା | ବର୍ତ୍ତମାନ ପ୍ରାୟ ୮୦ ବର୍ଷ ପରେ ଦକ୍ଷିଣ ଚୀନ୍ ସାଗରରେ ସେହି ଜାପାନୀ ଜାହାଜର ଅବଶେଷ ମିଳିଛି। ସେହି ଜାହାଜର ନାମ ଥିଲା- ଏସ୍ ମୋଣ୍ଟେଭିଡ଼ିଓ ମାରୁ | ଜାହାଜରେ ଜାପାନୀ ସୈନିକଙ୍କ ସମେତ ପ୍ରାୟ ୧୦୬୦ଜଣ କଏଦୀ ଥିଲେ। ଜାହାଜ ବୁଡ଼ିଯିବା କାରଣରୁ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା |
More Stories
ମହିଳା କନଷ୍ଟେବଳ ହେଲେ ଦୁଷ୍କର୍ମର ଶିକାର
କାହିଁକି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ?
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ