UNSC ରେ ଭାରତର ରୋକଠୋକ୍ ଜବାବ । ଗଣତନ୍ତ୍ର ଉପରେ ଆମକୁ ଜ୍ଞାନ ଦିଅନ୍ତୁ ନାହିଁ । ଏହିଭଳି କିଛି କଡା ଟିପ୍ପଣୀ ଦେଇଛନ୍ତି ରୁଚିରା କମ୍ବୋଜ । ଭାରତକୁ ଗଣତନ୍ତ୍ର ପ୍ରସଙ୍ଗରେ କଣ କରିବା ଉଚିତ୍ ଏବଂ କଣ ନକରିବା ଉଚିତ୍, ଏହା ଉପରେ କାହାରିଠୁ ଜ୍ଞାନ ନେବାର ଆବଶ୍ୟକତା ନାହିଁ । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମଞ୍ଚରେ ଏମିତି କଡା ଟିପ୍ପଣୀ କରିଛନ୍ତି ମିଳିତ ଜାତିସଂଘର ଭାରତୀୟ ରାଷ୍ଟ୍ରଦୂତ ରୁଚିରା କମ୍ବୋଜ । ଭାରତକୁ ଡିସେମ୍ବର ମାସ ପାଇଁ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଦାୟିତ୍ଵ ଦିଆଯାଇଛି । ପ୍ରତି ମାସରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ପରିବର୍ତ୍ତନ ହୋଇଥାଏ । ୨୦୨୧ ଅଗଷ୍ଟ ପରେ ଦ୍ଵିତୀୟ ଥର ଭାରତକୁ ଅଧ୍ୟକ୍ଷରତା କରିବାର ସୁଯୋଗ ମିଳିଛି । ଭାରତକୁ ଦୁଇ ବର୍ଷ ପାଇଁ ପରିଷଦ ଅସ୍ଥାୟୀ ସଦସ୍ୟ ଭାବେ ଚୟନ କରାଯାଇଥିଲା । ଯାହାର ଅବଧି ଚଳିତ ମାସ ଶେଷ ଆଡକୁ ସରିବାକୁ ଯାଉଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ