Mirjapur, rasika dagal

ମିର୍ଜାପୁର ପାର୍ଟ ୩ର ସୁଟିଂ ଆରମ୍ଭ କଲେ ରସିକା

ଦର୍ଶକମାନେ ଦୀର୍ଘ ଦିନ ଧରି ର୍ମିଜାପୁର େୱବ୍‌ ସିରିଜର ତୃତୀୟ ସିଜିନକୁ ଅପେକ୍ଷା କରି ରହିଥିଲେ । ଏହି ଧାରାବାହିକରେ କାଲିନ ଭାୟାଙ୍କ ଦ୍ୱିତୀୟ ପତ୍ନୀ ବିନା ତ୍ରିପାଠୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ରସିକା ଡଗଲ ତାଙ୍କ ଦୃଢ ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥିଲେ । ବର୍ତ୍ତମାନ ରସିକା ଏହି େୱବ୍‌ ସିରିଜର ତୃତୀୟ ସିଜନ୍‌ ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ରସିକା ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ଭେନିଟି ଭ୍ୟାନ୍‌ ର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ପ୍ରସ୍ତୁତ ହେଉଥିବା ଦେଖାଯାଉଛି । ଏହି ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ଏବେ ତ ବାସ୍‌ ଆରମ୍ଭ ହେଲା । ତେବେ ଏହି ବହୁ ଚର୍ଚ୍ଚିତ ଫିଲ୍ମରେ ରସିକାଙ୍କ ବ୍ୟତିତ ଅଲି ଫଜଲ, ପଙ୍କଜ ତ୍ରିପାଠୀ ଏବଂ ଦିବ୍ୟେନ୍ଦ୍ର ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

https://thetopmost.in/how-to-apply-sunscreen-lotion-to-your-face/

https://thetopmost.in/TOPMOST%20UPDATE/marjory-stoneman-douglas-high-school-shooting-in-parkland/

SHARE BY