ମିଜୋରାମର ପଥର ଖଣିରେ ଭୁସ୍ଖଳନ। 8ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ 12ରୁ 15ଜଣ ଏବେବି ନିଖୋଜ ରହିଛନ୍ତି। ସୂଚନା ଅନୁସାରେ ମିଜୋରାମର ଦକ୍ଷିଣରେ ଅବସ୍ଥିତ ହନ୍ତିଆଲ ଜିଲ୍ଲାରେ ହଠାତ୍ ପଥର ଖଣିରେ ଭୁସ୍ଖଳନ ହେବା ଫଳରେ ପଥର ଧସିଥିଲା। ଫଳରେ 8ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ପାଖାପାଖି 15ଜଣ ନିଖୋଜ ଅଛନ୍ତି। ତେବେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପୋଲିସ ସମେତ ଆସାମ ରାଇଫଲସ ଓ ବିଏସଏଫ ଯବାନ ମାନେ ନିୟୋଜିତ ଅଛନ୍ତି।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ