ମିଜୋରାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ଓ ସାଧାରଣ ସଭା । ଆସନ୍ତା ନଭେମ୍ବର ୭ରେ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ କଂଗ୍ରେସ କରିଛି ଭରପୂର ନିର୍ବାଚନ ପ୍ରଚାର । ରାଜଧାନୀ ଆଇଜଲରେ ଚଣମାରିରୁ ରାଜଭବନ ଯାଏ ପଦଯାତ୍ରା କରିଥିଲେ ରାହୁଲ । ନିଜର ଅଭିଭାଷଣରେ ରାହୁଲ କେନ୍ଦ୍ରର ମଣିପୁର ନୀତିକୁ ସମାଲୋଚନା କରିଛନ୍ତି । ମଣିପୁରରେ ଯାହା ଘଟିଚାଲିଛି ସେଥିପ୍ରତି ସରକାର ଗୁରୁତ୍ବ ନଦେଇ ଇସ୍ରାଏଲ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ମଣିପୁରରେ ଅନେକ ଶିଶୁଙ୍କ ସମେତ ଲୋକଙ୍କୁ ହତ୍ୟା କରାଯାଇଥିଲେ ସୁଦ୍ଧା କେନ୍ଦ୍ର ସରକାର ସେଥିପ୍ରତି ଗୁରୁତ୍ବ ଦେଇନଥିବା ଅଭିଯୋଗ କରିଛନ୍ତି ରାହୁଲ । କେନ୍ଦ୍ରର ଜିଏସଟି ନୀତି ଯୋଗୁ ଦେଶର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟିକ ଉଦ୍ୟୋଗ ନଷ୍ଟ ହୋଇଯାଉଛନ୍ତି ବୋଲି କହିଛନ୍ତି ରାହୁଲ । ଦେଶର ଅର୍ଥନୀତି ଏବେ ବି ସୁଧୁରି ନାହିଁ ବୋଲି ସେ କହିଛନ୍ତି । ସେପଟେ ମିଜୋରାମ ଲାଗି କଂଗ୍ରେସ ପକ୍ଷରୁ ୩୯ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପିସିସି ସଭାପତି ଲାଲସଓ୍ବତା ଆଇଜଲ ଓ୍ବେଷ୍ଟରୁ ଲଢିବେ ବୋଲି ଜଣାଯାଇଛି।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର