The Topmost

“The eyes believe themselves, the ears believe other people.”

ମାୟାନଗରୀରେ ଆତଙ୍କୀ ଆକ୍ରମଣ ଆଶଙ୍କା; ମିଳିଲା ଧମକପୂର୍ଣ୍ଣ ମେସେଜ୍

ମାୟାନଗରୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲକୁ ମିଳିଛି ଧମକପୂର୍ଣ୍ଣ ମେସେଜ୍ । ଜଣେ ଅଜଣା ବ୍ୟକ୍ତି ଟ୍ରାଫିକ୍ ପୋଲିସର ହ୍ୱାଟ୍ସଆପ୍ ନମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଚେତାବନୀ ଦେଇଛନ୍ତି । ମୁମ୍ବାଇ ୨୬/୧୧ ଭଳି ଆକ୍ରମଣ ହେବାର ଧମକ ଦିଆଯାଇଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଯେଉଁ ନମ୍ବରରୁ ମେସେଜ୍ ଆସିଛି ତାହା ପାକିସ୍ତାନୀ ନମ୍ବର । ମେସେଜରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ନମ୍ବର ଟ୍ରେସ୍ କଲେ ତାହା ଭାରତ ବାହାରେ ଦେଖାଇବ, ହେଲେ ମୁମ୍ବାଇରେ ଆକ୍ରମଣ ହେବ । ୬ଜଣଙ୍କୁ ନେଇ ହୋଇଥିବା ଟିମ୍ ଏହି ଆକ୍ରମଣକୁ ସଫଳ କରିବେ ବୋଲି ମେସେଜରେ ଲେଖାଯାଇଛି ।