ବନ୍ୟା ପରି ବର୍ତ୍ତମାନ ସାରା ବିଶ୍ୱରେ ‘ଅଚାନକ ମରୁଡ଼ି’ ମାମଲା ଦେଖିବାକୁ ମିଳିଛି । ଏହି ଅପ୍ରତ୍ୟାଶିତ ବିପର୍ଯ୍ୟୟ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ହଠାତ୍ ମରୁଡ଼ି ଆସିବା ଦ୍ୱାରା ଜମି ମାତ୍ର କେଇଟା ଦିନରେ ଶୁଖିଯାଉଛି ।
ଏହି ବିପର୍ଯ୍ୟୟ ଏତେ ଦ୍ରୁତ ଗତିରେ ବଢୁଛି ଯେ ଫସଲ ଖରାପ ହୋଇଯାଉଛି । ଜଙ୍ଗଲ ନଷ୍ଟ ହେଉଛି ଏବଂ ଆର୍ଥିକ କ୍ଷତି ମଧ୍ୟ ଘଟୁଛି । ଟେକ୍ସାସ ବିଶ୍ୱବିଦ୍ୟାଳୟ ଏବଂ ହଂକଂ ପୋଲିଟେକ୍ନିକ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଗତ ଦୁଇ ଦଶକରେ ଆସିଥିବା ଅଚାନକ ମରୁଡ଼ି ଘଟଣାକୁ ବିଶ୍ଲେଷଣ କରିଥିଲେ । ଏଥିରୁ ଜଣାପଡ଼ିଥିଲା ଯେ ଅଧିକାଂଶ ଘଟଣା ହଠାତ ଘଟିଛି । ଭବିଷ୍ୟତରେ ଏହାର ତୀବ୍ରତା ମଧ୍ୟ ସ୍ଥିର ରହିବ । ପାଞ୍ଚ ଦିନ ଭିତରେ ଆସୁଥିବା ମରୁଡ଼ିର ଘଟଣା ୩ରୁ ୧୯% ବୃଦ୍ଧି ପାଇଛି । ଦକ୍ଷିଣ ଏସିଆ, ଦକ୍ଷିଣପୂର୍ବ ଏସିଆ ଏବଂ ଉତ୍ତର ଆମେରିକାରେ ଏହି ତୀବ୍ରତା ୨୨ରୁ ୨୫% ଅଧିକ ବଢିଛି । ଅର୍ଥାତ ଏହି ସବୁ ଅଞ୍ଚଳରେ ଫ୍ଲାଶ୍ ଡ୍ରଟ୍ ତଥା ଅଚାନକ ମରୁଡ଼ି ଘଟଣା କୌଣସି ସମୟରେ ଆସିପାରେ । ତାପମାତ୍ରା ବୃଦ୍ଧି ଏବଂ ଗ୍ଲୋବାଲ ୱାର୍ମିଂ କାରଣରୁ ଏପ୍ରକାର ଘଟଣା ବୃଦ୍ଧି ପାଇଛି ବୋଲି ଟେକ୍ସାସ ବିଶ୍ୱବିଦ୍ୟାଳୟର ପ୍ରଫେସର ଜଙ୍ଗ୍ ଲିୟାଙ୍ଗ ୟାଙ୍ଗ୍ କହିଛନ୍ତି । ବୈଜ୍ଞାନିକଙ୍କ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ୩୪ରୁ ୪୬% ଅଚାନକ ମରୁଡ଼ିର ଘଟଣା ୫ଦିନ କିମ୍ବା ତାଠୁ କମ୍ ସମୟରେ ହୋଇଥାଏ । ତେବେ ଏହି ରିସର୍ଚ୍ଚ ନେଚର୍ କମୁ୍ୟନିକେସନ ଜର୍ନଲରେ ପ୍ରକାଶିତ ହୋଇଛି । ବୈଜ୍ଞାନିକଙ୍କ ଅନୁସାରେ, ଅଚାନକ ମରୁଡ଼ି ଘଟଣା ବିଜ୍ଞାନ ପାଇଁ ପୁରା ନୂଆ । ଏଥିପାଇଁ ସମଗ୍ର ଦୁନିଆର ପାଣିପାଗ ସମ୍ବନ୍ଧୀୟ ରିମୋଟ୍ ସୋର୍ସିଂ ସେଟେଲାଇଟ ଗତ ଦୁଇ ଦଶକ ଧରି କାମ କରୁଛି । ହଠାତ ମରୁଡ଼ି ଅଧିକ ସମୟ ପର୍ଯ୍ୟନ୍ତ ରହିନଥାଏ, କିନ୍ତୁ କମ୍ ସମୟରେ ଅଧିକ କ୍ଷତି ଘଟାଇଥାଏ ।
୨୦୧୨ରେ ମଧ୍ୟ ଆମେରିକାରେ ଆସିଥିବା ମରୁଡ଼ି ମMା ଫସଲକୁ କିଛି ଦିନରେ ହିଁ ବରବାଦ କରିଦେଇଥିଲା । ଏଥିପାଇଁ ୨ ଲକ୍ଷ ୭୧ ହଜାର କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଥିଲା ।
1 thought on “ମାଡ଼ି ଆସୁଛି ମରୁଡ଼ି”