ଏଣିକି ମାସ ଶେଷ ଯାଏଁ ଦରମା ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ଗଣେଶ ପୂଜା ଉପଲକ୍ଷେ ମାସ ନ ପୂରୁଣୁ ଆକାଉଣ୍ଟକୁ ଦରମା ଆସିଯିବ । ତେବେ ଅଧିକ ଖୁସି ହେବା ଅପେକ୍ଷା ଏହା ଜାଣି ରଖନ୍ତୁ ଯେ ଏହା ସାରା ଦେଶରେ ନୁହେଁ ବରଂ ଦୁଇଟି ରାଜ୍ୟ ପାଇଁ ଲାଗୁ ହେବ । ଓ କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀଙ୍କୁ ଅଗଷ୍ଟ ମାସରେ ମାସ ନ ପୂରୁଣୁ ଦରମା ଟଙ୍କା ପଠାଇଛନ୍ତି । ବାସ୍ତବରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଦୁଇଟି ରାଜ୍ୟରେ ସମୟ ପୂର୍ବରୁ ଦରମା ଏବଂ ପେନସନ ଦେବାକୁ ଘୋଷଣା କରିଛନ୍ତି । ଖବର ଅନୁଯାୟୀ କେରଳ ଏବଂ ମହାରାଷ୍ଟ୍ରର କର୍ମଚାରୀମାନଙ୍କୁ କେନ୍ଦ୍ର ସରକାର ଉତ୍ସବ ଉପହାର ଦେବେ । ଓନାମ ଏବଂ ଗଣେଶ ଚତୁର୍ଥୀ ପର୍ବକୁ ଦୃଷ୍ଟିରେ ରଖି କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କୁ ଦରମା ଏବଂ ପେନ୍ସନ୍ ପ୍ରଦାନ କରିବାକୁ କେନ୍ଦ୍ର ନିଷ୍ପତ୍ତି ନିଆଯାଇଥିଲା ।
‘ଓନାମ’ ଏବଂ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହା କୁହାଯାଇଥିଲା । ସରକାର ନିଷ୍ପତ୍ତି ନେଇଛନ୍ତି ଯେ କେରଳର ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା / ପେନସନ ୨୫ ଅଗଷ୍ଟ ୨୦୨୩ରେ ପଠାଯିବ । ଅନ୍ୟପକ୍ଷରେ, ମହାରାଷ୍ଟ୍ରର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଏବଂ ପେନସନ ୨୭ ସେପ୍ଟେମ୍ବର ୨୦୨୩ ପୂର୍ବରୁ ଆକାଉଣ୍ଟକୁ ପଠାଯିବ । ଅର୍ଥ ମନ୍ତ୍ରଣାଳୟ କହିଛି ଯେ କେରଳ ଏବଂ ମହାରାଷ୍ଟ୍ର ରାଜ୍ୟରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ସମୟ ପୂର୍ବରୁ ଦେବାକୁ ରାଜ୍ୟରେ ଥିବା କାର୍ଯ୍ୟାଳୟକୁ କୁହାଯାଇଛି । ମନ୍ତ୍ରଣାଳୟ କହିଛି ଯେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ କେରଳ / ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ ସମସ୍ତ ବ୍ୟାଙ୍କର ସମସ୍ତ ପେମେଣ୍ଟ ଶାଖାକୁ ତୁରନ୍ତ ଏହି ନିର୍ଦ୍ଦେଶନାମା ଆଣିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଅନୁରୋଧ କରାଯାଇଛି । ଅନ୍ୟପଟେ କେରଳ ସରକାର ଓନାମକୁ ଦୃଷ୍ଟିରେ ରଖି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ୪୦୦୦ ଟଙ୍କା ବୋନସ ଦେବାକୁ ଘୋଷଣା କରିଛନ୍ତି । ସେହିପରି ଯେଉଁମାନେ ବୋନସ ପାଇଁ ଯୋଗ୍ୟ ନୁହଁନ୍ତି ସେମାନଙ୍କୁ ୨୭୫୦ ଟଙ୍କାର ସ୍ୱତନ୍ତ୍ର ଉତ୍ସବ ଭତ୍ତା ମିଳିବ । ଅନ୍ୟପକ୍ଷରେ ଅବସରପ୍ରାପ୍ତ କର୍ମଚାରୀମାନେ ୧,୦୦୦ ଟଙ୍କା ବୋନସ ଭାବେ ପାଇବେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ