ମାଲକାନଗିରି ବନ୍ୟା ସ୍ଥିତିରେ ସୁଧାର ଆସିଛି । ଜିଲ୍ଲାରେ ବିଭିନ୍ନ ପୋଲ ଉପରୁ କମିଛି ଜଳସ୍ତର । ପାଙ୍ଗମ୍, ପୋଟେରୁ, କାଙ୍ଗୋରୁକୋଣ୍ଡା, ଏମ୍ଭି ୯୬, କନ୍ୟାଶ୍ରମ ପୋଲରୁ ପାଣି କମିଛି । ଏବେ ପୋଲ ତଳେ ପ୍ରବାହିତ ହେଉଛି ବନ୍ୟାଜଳ । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ସ୍ୱଭାବିକ ହୋଇଛି । ଫଳରେ ମାଲକାନଗିରି-ବାଲିମେଳା ରାସ୍ତାରେ ଗାଡି ଚଳାଚଳ ଆରମ୍ଭ ହୋଇଛି । ଛତିଶଗଡ଼ ଓ ଆନ୍ଧ୍ରକୁ ମଧ୍ୟ ଯାତାୟତ ସ୍ୱାଭାବିକ ହୋଇଛି । ପ୍ରବଳ ବର୍ଷା ଯୋଗୁ ଗତକାଲି ଜିଲ୍ଲାର ୫ଟି ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା । ପୋଲର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଥିଲା । ଯାତାୟତ ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ପାଣି କମିବା ପରେ ଯାତାୟତ ସ୍ୱାଭାବିକ ହୋଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା