ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ଅସମ୍ଭାଳ । ସିଲେରୁ ଓ ସାବେରୀ ନଦିରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଛି । ଗତକାଲି ଠାରୁ ଆଜି ମୋଟୁରେ ୪ ଫୁଟ ବଢିଛି ଜଳସ୍ତର । ମୁଗି ପଏଣ୍ଟ ଠାରୁ ତିନି କିଲୋମିଟର ପର୍ଯ୍ୟନ୍ତ ମାଡି ଆସିଛି ବନ୍ୟା ପାଣି । ମୋଟୁ ସହରର ତଳିଆ ଅଞ୍ଚଳର ଲୋକଙ୍କୁ ଗତକାଲି ରାତିରେ ବନ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତର କରାଯାଇଛି । ବନ୍ୟାର ଭୟାବହକୁ ଦେଖି ସେବା ଆଶ୍ରମର ଛାତ୍ର ଛାତ୍ରୀମାନଙ୍କୁ ଏମଭି ୮୮ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ମୋଟୁରେ ରେଡ୍ ଆଲର୍ଟ ଘୋଷଣା କରାଯାଇଥିବା ବେଳେ ପରିସ୍ଥିତି ଉପରେ ନଜର ରଖିଛି ପ୍ରଶାସନ ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ