ମାଥିଲି ବ୍ଲକ ଅଧୀନ ତୁଳସୀ ପାହାଡ଼ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ବଡ଼ ସଫଳତା । ମାଲକାନଗିରି ଓ ଛତିଶଗଡ଼ ସୀମାନ୍ତରୁ ବିପୁଳ ବିସ୍ଫୋରକ ଜବତ ହୋଇଛି । ମାଓବାଦୀଙ୍କ ଦ୍ବାରା ଗଚ୍ଛିତ ବିସ୍ଫୋରକ ଜବତ କରିଛି ପୋଲିସ । କତ୍ୱାପଦର୍ ଗ୍ରାମ ନିକଟରେ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଏହି ବିସ୍ପୋରକ ଖଞ୍ଜା ଯାଇଥିବା ପୋଲିସ ସନ୍ଦେହ କରୁଛି । ଜବତ ସାମଗ୍ରୀ ମଧ୍ୟରେ ୬ଟି ଆଇଇଡି, ବିଦ୍ୟୁତ୍ ତାର ସମେତ ଲାପଟପନ, ୨ଟି ଦେଶୀ ବନ୍ଧୁକ ଓ ଡ୍ରେସ୍ ମଧ୍ୟ ଜବତ ହୋଇଛି । ଆଜି ସକାଳୁ ମାଓ ସାମଗ୍ରୀ ଜବତ ହେବା ପରେ କୁମ୍ବିଂ ଅବରେସନ ଜୋରଦାର କରାଯାଇଛି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି